ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି : ଡୋନାଲ୍ଡ ଟ୍ରମ୍ପଙ୍କ ଲିଭର୍ ଏବଂ କିଡନୀ ପୂର୍ବଭଳି ସ୍ୱାଭାବିକ ହେବା ନେଇ ଡାକ୍ତରୀ ଟିମ୍ ଦେଲେ ସୂଚନା 

ଜ୍ୱର ନଥିବା ନେଇ ସୂଚନା ଦେଲେ ଡାକ୍ତର

158

କନକ ବ୍ୟୁରୋ : ଆଜି ହସ୍ପିଟାଲରୁ ବାହାରି ପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ଆଗକୁ ନିର୍ବାଚନ ଥିବାରୁ ଟ୍ରମ୍ପ କେବେ ସୁସ୍ଥ ହେବେ ତାହା ଉପରେ ସାରା ବିଶ୍ୱର ନଜର ରହିଛି । ଆଉ ଠିକ୍ ଏମିତି ବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ଏଭଳି ଏକ ଇଙ୍ଗିତ କରିଛନ୍ତି । ଡାକ୍ତରୀ ଟିମ୍ କହିଛନ୍ତି- ଶୁକ୍ରବାର ସକାଳ ସୁଦ୍ଧା ତାଙ୍କ ଦେହରେ ଜ୍ୱର ନଥିଲା । ସେହିପରି ରେମଡେସିଭିର୍ ଔଷଧର ଦ୍ୱିତୀୟ ଥର ଦେବା ପରେ ତାଙ୍କ ଲିଭର୍ ଏବଂ କିଡ୍ନୀ ପୂର୍ବଭଳି ସ୍ୱାଭାବିକ୍ ଚାଲିଛି ।

ଆଉ ଏହାକୁ ଦୃଷ୍ଟିରେ ରଖି ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ । ମେରିଲ୍ୟାଣ୍ଡ ବେଥେସ୍ଡାର ଆର୍ମି ହସ୍ପିଟାଲରୁ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ଚିକିତ୍ସା ଚାଲିଛି । ଏହି ହେଲଥ୍ ରିପୋର୍ଟ ଆସିବାର କିଛି ଘଂଟା ପୂର୍ବରୁ କୁହାଯାଇଥିଲା- ଡୋନାଲ ଡ୍ରମ୍ପଙ୍କ ପାଇଁ ଆଗାମୀ ୪୮ ଘଂଟା ବେଶ ଗୁରୁତ୍ୱପୂର୍ଣ୍ଣ । ଆଉ ଏସବୁ ଭିତରେ ଟ୍ରମ୍ପକୁ ନେଇ ଆସିଛି ବଡ଼ ଖବର ।