କନକ ବ୍ୟୁରୋ : ଆଜି ଟି-୨୦ ବିଶ୍ୱକପରେ ମହାମୁକାବିଲା । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଆଉ ଜଣେ ରେକର୍ଡ ଧାରା ବଜାୟ ରଖିବାକୁ ଭରପୁର ପ୍ରୟାସ କରିବ । ଆଉ ମେଲବର୍ଣ୍ଣରେ ଖଚାଖଚ ଦର୍ଶକଙ୍କ ଭିଡ ଭିତରେ ଭାରତ-ପାକିସ୍ତାନ ବ୍ୟାଟସମ୍ୟାନ ବର୍ଷିଦେବେ ଛକା ଚୌକ । ପାକିସ୍ତାନ ବୋଲରଙ୍କୁ ଦିଗହରା କରିବାକୁ ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲିଙ୍କ ଭଳି ଧୁରନ୍ଦର ବ୍ୟାଟସମ୍ୟାନଙ୍କ ଉପରେ ଭରସା ରଖିଥିବା ବେଳେ ପାକିସ୍ତାନ ମଧ୍ୟ ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଜରିଆରେ ମ୍ୟାନ ଇନ୍ ବ୍ଲୁର ବୋଲରଙ୍କୁ ନିରାଶ କରିବାକୁ ପ୍ରୟାସ କରିବ ।
ତେବେ ଭାରତକୁ ଅଡୁଆରେ ପକାଇ ପାରନ୍ତି ପାକିସ୍ତାନର ବୋଲର ଶାହୀନ ଶାହ ଆଫ୍ରିଦି । ୨୦୨୧ ଟି-୨୦ ବିଶ୍ୱକପରେ ଭାରତକୁ ହରାଇ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିଥିଲା । ଏବେ ଭାରତ ଏହାର ବଦଲା ନେବା ମୁଡରେ ରହିଛି । ଏସିଆ କପରେ ଦୁଇଟି ମ୍ୟାଚରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । କିନ୍ତୁ ଆଜିର ମ୍ୟାଚରେ ବର୍ଷା ଗୋଟିଏ ବଡ ବାଧକ ସାଜିପାରେ । ମେଲବର୍ଣ୍ଣରେ ୭୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି । କିନ୍ତୁ ଦୀପାବଳି ପାଇଁ ସମସ୍ତେ ଘରେ ଛୁଟିରେ ଥିବା ବେଳେ ସୁପରସଣ୍ଡେର ସୁପର ଶୋ ଦେଖିବାକୁ ଅପେକ୍ଷା କରିିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us