କନକ ବ୍ୟୁରୋ : ପୁଣି ଆସିଲା ବନ୍ୟାରେ ଘର ଭୁଶୁଡିବାର ଏକ୍ସକ୍ଲ୍ୟୁସିଭ ଚିତ୍ର । ପ୍ରବଳ ବର୍ଷା ଓ ବନ୍ୟା ପାଣି ଯୋଗୁ ଯାଜପୁର ରସୁଲପୁର ବ୍ଲକର ବନ୍ଧଡିହରେ ୨ ମହଲା ଘର ଭୁଶୁଡି ପଡିଛି । ତାସ୍ ପତା ପରି ଭାଂଗି ଗଲା କୋଠାଟି । ପୁରା ଚିତ୍ର କଏଦ ହୋଇଛି କ୍ୟାମେରାରେ । publive-image

Advertisment

କୋଠାଟି ଭୁଶୁଡିପଡି ବ୍ରହ୍ମଣୀ ନଦୀରେ ଭାସିଯାଇଛି । ନଦୀ ବଢିବା ପରେ ପରେ ଦୁର୍ବଳ ସ୍ଥାନରେ ବାଲି ବସ୍ତା ପକାଇ ଏହାର ସୁରକ୍ଷା ପାଇଁ ନିବେଦନ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି ନଜର ଦେଇନଥିଲେ । ଏବେ କୋଠାଟି ଭାଂଗିବା ପରେ ସୁଅ ମୁହଁରେ ଭାସି ଯାଇଛି ।

publive-image

ପୂର୍ବରୁ ବାରିପଦାରୁ ମଧ୍ୟ ଏଭଳି ଘର ଭୁଶୁଡିବାର ଚିତ୍ର ଆସିଥିଲା । ବ୍ରାହ୍ମଣୀ ନଦୀରେ ପାଣି ଆସି ଏହି ଘର ନିକଟରେ ଘାଇ ସୃଷ୍ଟି ହୋଇଥିଲା । ଘରଟା ଭୁଶୁଡିବା ସ୍ଥିତିକୁ ଆସିବା ପରେ ଗତକାଲି ବିଳମ୍ବିତ ରାତିରେ ଘର ବାହାରକୁ ସମସ୍ତ ଲୋକ ପଳାଇଥିଲେ । ତେବେ ଘରର ଥିବା ସମସ୍ତ ଆସବାବପତ୍ର ବନ୍ୟା ପାଣିରେ ଭାସିଯାଇଛି ।