କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନର ବାଟ ବାହାରିଛି । ଓଡିଶା ଓ ମାଡ୍ରାସ ପ୍ରେସିଡେଂନସି ଦ୍ୱାରା ଅଣାଯାଇଥିବା ପଥର ଚିହ୍ନ ଓ ମାନଚିତ୍ର ଯାହା ଅନୁସାରେ ସୀମା ନିର୍ଦ୍ଧାରଣ ପାଇଁ ହୋଇଛି ଚୁକ୍ତିନାମା । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ରାଜ୍ୟ ଗଠନ ପରେ ମାଡ୍ରାସ ଠାରୁ କୋରାପୁଟ ଓ ଗଞ୍ଜାମ ଜିଲ୍ଲା ଓଡିଶା ହାତକୁ ଚାଲିଆସିଥିଲା ।

Advertisment

ଫଳରେ ଓଡିଶା ଓ ମାଡ୍ରାସ ପ୍ରେସିଡେନସି ମଧ୍ୟରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର ସମ୍ଭାଇ ପଂଚାୟତ ଅନ୍ତର୍ଗତ ସୁନାବେଡା ଓ ଜାମ୍ବୁଗୁଡା ଗ୍ରାମରେ ପାହାଡ ଉପରେ ଚିହ୍ନ ସହିତ ଏକ ସୀମା ନିର୍ଦ୍ଧାରଣ ହୋଇଥିଲା । ଏହାକୁ ଓଡିଶା ତାର ଅଂଶ ଦାବି କରୁଥିବା ବେଳେ ଆନ୍ଧ୍ର ଦେଖାଇ ଆସୁଥିଲା ଗୁଗୁଲ ନକ୍ସା ।

ସମ୍ଭାଇ ପଂଚାୟତ ଅନ୍ତର୍ଗତ ସୁନାଡୋ ଓ ଜାମ୍ବୁଗୁଡା ଗ୍ରାମରେ ଉଭୟ ଆନ୍ଧ୍ର ଓ ଓଡିଶା ସୀମାନ୍ତବାସୀଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦରେ ସମାଧାନର ବାଟ ବାହାରିବା ପରେ କିଭଳି ଶାନ୍ତିରେ ସେମାନେ ରହିବେ ଏବଂ ସେମାନଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ଯୋଜନା କରୁଥିବା କହିଛନ୍ତି କୋରାପୁଟ ଏସପି ।

ସମ୍ବାଇ ପଂଚାୟତର ସୀମା ବିବାଦ ତୁଟିବା ପରେ ଏବେ କୋଟିଆ ଉପରେ ନଜର । ସମ୍ଭାଇ ପରି କୋଟିଆରେ ସୀମା ବିବାଦର ସମାଧାନ ନେଇ ଆଶା ବଢିଛି ।