ଟିକେଟ ଟେନସନ ଭିତରେ ଚିନ୍ତାରେ ଦୁଇ ମନ୍ତ୍ରୀ: ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବାସନ୍ତି ହେମ୍ବ୍ରମଙ୍କୁ ବର୍ତମାନ ସୁଦ୍ଧା ମିଳିନାହିଁ ଟିକେଟ

435

କନକ ବ୍ୟୁରୋ: ଟିକେଟ ଟେନସନ ଭିତରେ ଚିନ୍ତାରେ ଦୁଇ ମନ୍ତ୍ରୀ । ଜଣେ ହେଉଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଉ ଜଣେ ହେଉଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ । ଏହି ଦୁଇ ମନ୍ତ୍ରୀଙ୍କୁ ବର୍ତମାନ ସୁଦ୍ଧା ଟିକେଟ ମିଳିନାହିଁ । କାରଣ ଏମାନଙ୍କ ସାମ୍ନାରେ ଅନେକ ଆଶାୟୀ କଂଟା ହୋଇ ଛିଡ଼ା ହୋଇଛନ୍ତି । ତେବେ ବିଜେଡିର ଆଉ ୩୯ ବିଧାନସଭା ଆସନ ପାଇଁ ଟିକେଟ ବଣ୍ଟା ହୋଇନାହିଁ । ତେବେ କରଞ୍ଜିଆ ଓ କାକଟପୁରରେ ଏହି ଦୁଇ ମନ୍ତ୍ରୀ ଟିକେଟ ଆଶାୟୀ ଥିବା ବେଳେ ତାଙ୍କ ଆଗରେ ଅନେକ ପ୍ରତିଦ୍ୱନ୍ଦ୍ୱି କଣ୍ଟା ହୋଇଛନ୍ତି ।