କଟକ ଏସସିବିରେ ଆଖିବୁଜିଲା ଯୋଡାମୁଣ୍ଡ ଶିଶୁ କାଳିଆ । ସେପ୍ଟିମିସିଆ ଯୋଗୁଁ କାଳିଆର ମୃତ୍ୟୁ 

439

କନକ ବ୍ୟୁରୋ : କଟକ ଏସସିବିରେ ଆଖିବୁଜିଲା ଯୋଡା ମୁଣ୍ଡ ଶିଶୁ କାଳିଆ । ସେପ୍ଟିମିସିଆ ଯୋଗୁଁ କାଳିଆର ମୃତ୍ୟୁ । କାଳିଆର ମୃତ୍ୟୁ ନେଇ ସୂଚନା ଦେଲେ ଏସସିବି କର୍ତ୍ତୃପକ୍ଷ । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଏସସିବିରେ ଚିକିତ୍ସିତ ହେଉଥିଲେ । ଆଜି କାଳିଆ ଗୁରୁତର ହୋଇପଡିଥିଲା । ଚିକିତ୍ସାଧିନ ଅବସ୍ଥାରେ କାଳିଆର ମୃତ୍ୟୁ ହୋଇଛି ।

ଜନ୍ମରୁ ଜଗା-କାଳିଆଙ୍କ ମୁଣ୍ଡ ଯୋଡି ହୋଇ ରହିଥିଲା । ୨୦୧୭ରେ ଦିଲ୍ଲୀ ଏମ୍ସରେ ଜଗା-କାଳିଆଙ୍କର ଅପରେସନ ହୋଇଥିଲା । ଅପରେସନ କରାଯାଇ ମୁଣ୍ଡ ଅଲଗା କରାଯାଇଥିଲା । ପରେ ଗତ ବର୍ଷ ସେମାନଙ୍କୁ ଏସସିବି ଅଣାଯାଇଥିଲା । ଏସସିବିରେ ଚିକିତ୍ସାଧିନ ଥିଲେ ଜଗା-କାଳିଆ । ଜଗା ସୁସ୍ଥ ହୋଇଥିଲେ ମଧ୍ୟ କାଳିଆ ଅବସ୍ଥା ଠିକ ହୋଇନଥିଲା । ଫଳରେ ଆଜି ଆଖି ବୁଜିଛି କାଳିଆ ।