ଚାଷୀ ଆନ୍ଦୋଳନକୁ ନେଇ ସେଲିବ୍ରେଟି ମାନେ କରିଥିବା ଟ୍ୱିଟ୍ ଉପରେ ଯାଞ୍ଚ କରିବେ ମହାରାଷ୍ଟ୍ର ସରକାର । ବିଜେପି ଚାପରେ ଏମିତି କରିଥିବା ନେଇ କରାଯାଉଛି ସନ୍ଦେହ

146

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ନେଇ ଏବେ ସାରା ଦେଶର ରାଜନୀତି ସରଗରମ ରହିଥିବା ବେଳେ ଏହାକୁ ନେଇ ଟ୍ୱିଟ୍ କରିଥିବା ସେଲିବ୍ରେଟି ମାନେ ଏବେ ଯାଂଚ ପରିସରଭୂକ୍ତ ହେବେ । ସେମାନେ କାହା ଚାପରେ ଏଭଳି ଟ୍ୱିଟ୍ କରିଛନ୍ତି ସେ ନେଇ ତଦନ୍ତ କରାଇବେ ମହାରାଷ୍ଟ୍ର ସରକାର । ଏନେଇ ଅଲଇଣ୍ଡିଆ କଂଗ୍ରେସ କମିଟି ସଦସ୍ୟ ତଥା ମୁମ୍ବାଇ କଂଗ୍ରେସର ପ୍ରବକ୍ତା ସଚିନ୍ ସାୱନ୍ତ ଅଭିଯୋଗ କରିଛନ୍ତି କି ବିଜେପି ଚାପରେ ସେଲିବ୍ରେଟି ମାନେ ଏଭଳି ଟ୍ୱିଟ୍ କରିଛନ୍ତି । ସଚିନ୍ ସାୱନ୍ତ ଅଭିଯୋଗ ପରେ ମହାରାଷ୍ଟ୍ର ସରକାରରେ ଗୃହମନ୍ତ୍ରୀ ଥିବା ଅନିଲ ଦେଶମୁଖ କହିଛନ୍ତି କି ରାଜ୍ୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏହି ମାମଲାର ଯାଂଚ କରି ବାସ୍ତବ ଘଟଣା ଉପରେ ଖୋଳତାଡ କରିବ ।

ଏହି ଖବର ପ୍ରଚାରିତ ହେବା ପରେ ବିଜେପି ନେତା ରାମ କଦମ୍ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି କି, ଦେଶର ହିତ ପାଇଁ ସେଲିବ୍ରେଟି ମାନେ ଟ୍ୱିଟ୍ କରିବା କ’ଣ ଅପରାଧ କି ? । କଂଗ୍ରେସ ଏହି ସେଲିବ୍ରେଟି ମାନଙ୍କୁ କ୍ଷମା ମାଗି ନିଷ୍ପତ୍ତି ପ୍ରତ୍ୟାହାର କରିନେବା ଉଚିତ ବୋଲି ସେ କହିଛନ୍ତି ।
ବିଜେପି ନେତା ଦେଶମୁଖ କହିଥିଲେ କି, କ’ଣ ‌ସେଲିବ୍ରିଟିମାନଙ୍କ ଟୁଇଟ କୌଣସି ଚାପ ହେତୁ ସାମ୍ନାକୁ ଆସିଛି କି? ଆମର ଇଣ୍ଟେଲି‌ଜେନ୍ସ ଏଜେନ୍ସି ଏହି ଘଟଣାର ଯାଞ୍ଚ କରିବେ? କେମିତି ଅକ୍ଷୟ କୁମାର ଓ ସାଇନା ନେହୱାଲଙ୍କ ଟୁଇଟ ସମାନ ଥିଲା ତାହା ମଧ୍ୟ ଦେଖାଯିବ?
ଚାଷୀ ଆନ୍ଦୋଳନ ସମର୍ଥନରେ ପପ ଷ୍ଟାର ସିଙ୍ଗର ରିହାନାଙ୍କ ଟ୍ୱିଟ ପରେ ବିଭିନ୍ନ ବଲିଉଡ ଓ ଖେଳ ଜଗତର ସେଲିବ୍ରିଟି ଟ୍ୱିଟ କରିଥିଲେ । ଏହି କ୍ରମରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ଲତା ମଙ୍ଗେସକର, ସଚିନ ତେନ୍ଦୁଲକର, ବିରାଟ କୋହଲି, ସୁନୀଲ ସେଟ୍ଟୀ ସମେତ ଅନେକ ସେଲିବ୍ରିଟି ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟରେ ସେମାନେ ଇଣ୍ଡିଆ ଟୁଗେଦର ଓ ଇଣ୍ଡିଆ ଏଗେନଷ୍ଟ ପ୍ରୋପାଗଣ୍ଡା ହ୍ୟାସଟ୍ୟାଗ ଦେଇଥିଲେ। କଂଗ୍ରେସ ପ୍ରତିନିଧି ମଣ୍ଡଳ ଆଜି ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସହ ଅନଲାଇନ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ।