କନକ ବ୍ୟୁରୋ: ବୌଦ୍ଧରୁ ଉଦ୍ଧାର ହୋଇ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ର ଆସିଥିବା ଦନ୍ତା ହାତୀର ମୃତ୍ୟୁ । ବନ ବିଭାଗ ଦ୍ୱାରା ଏହା ସ୍ଥାନାନ୍ତର ହେବା ପରେ ଆଜି ଭୋର ଆଖି ବୁଜିଛି ଦନ୍ତା ହାତୀ । କଣ୍ଟାମାଳ ଅଞ୍ଚଳରେ ଆତଙ୍କ ଖେଳାଇବା ପରେ ଦନ୍ତାକୁ ବନ ବିଭାଗ କାବୁ କରିଥିଲା । ଏବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ।
ତେବେ ଅତ୍ୟଧିକ ନିଶ୍ଚେତକ ଦିଆଯାଇଥିବାରୁ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଏହି ଦନ୍ତାଟି ପୋଷା ହାତୀ କିନ୍ତୁ ତାର ମାହୁନ୍ତ ଜଣଙ୍କ ଚୋରା ଗଂଜେଇ ଚାଲାଣ କାରବାରରେ ଗିରଫ ହୋଇ ଜେଲରେ ରହିଛି । ଏହାପରେ ହାତୀଟି ବେକାବୁ ହୋଇଯାଇଥିଲା । ବୈାଦ୍ଧ କଂଟାମାଳ ଅଂଚଳରେ ଉତ୍ପାତ କରୁଥିଲା । ଏପରିକି ୨ ଜଣଙ୍କ ଜୀବନ ନେଇଛି । ଏହାପରେ ବୌ÷ଦ୍ଧ ବନ ବିଭାଗ ହାତୀକୁ ନିଶ୍ଚେତକ ଦେଇ କାବୁ କରିଥିଲେ । ଏହାପରେ ଢେଙ୍କାନାଳ କପିଳାସ ହାତୀ ସରଂକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା ।