କନକ ବ୍ୟୁରୋ : ସୀମାରେ ସୁଡଙ୍ଗ । ନଗରୋଟା ଏନ୍କାଉଂଟରରେ ୪ ଜଣ ଆତଙ୍କବାଦୀ ନିହତ କରିବା ପରେ ଭାରତୀୟ ସେନାକୁ ଆଜି ଆଉ ଏକ ସଫଳତା ମିଳିଛି । ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରକୁ ଲାଗିଥିବା ଅର୍ନ୍ତଜାର୍ତୀୟ ସୀମା ନିକଟରେ ଏକ ସୁଡଙ୍ଗ ଚିହ୍ନଟ ହୋଇଛି । ସୀମାରୁ ମାତ୍ର ୧୬୦ ମିଟର ଦୂରରେ ଏହା ଠାବ ହୋଇଛି । ବିଏସଏଫ୍ ଠାବ କରିଥିବା ଏହି ସଡଙ୍ଗ ଦେଇ ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି ।

Advertisment

ନଗରୋଟା ଏନ୍କାଉଂଟର ଘଟଣାରେ ମରିଥିବା ଆତଙ୍କବାଦୀମାନେ ଏହି ସୁଡଙ୍ଗ ଦେଇ ଆସିବା ପରେ ଏକ ବଡ଼ ଧରଣର ଷଡଯନ୍ତ୍ର କରିଥିବା ଅନୁମାନ କରାଯାଉଛି । ନଗରୋଟା ଏନ୍ାକଉଂଟରରେ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀଙ୍କୁ ନିପାତ କରିବାର ୩ ଦିନ ପରେ ଏଭଳି ଏକ ସୁଡଙ୍ଗ ଠାବ ହେବା, ଭାରତୀୟ ସେନା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।