କନକ ବ୍ୟୁରୋ : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ କାହା ବିରୋଧରେ କେତେ ଜଣ ପ୍ରାର୍ଥୀ ରହିଲେ? କାହା ବିରୋଧରେ ଲଢ଼େଇ କରିବାକୁ ପଡିବ ସ୍ପଷ୍ଟ ହେବା ପରେ ଓ ନିର୍ବାଚନ ଚିହ୍ନ ମିଳିବା ପରେ ଏବେ ଅସଲ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ପ୍ରାର୍ଥୀ । ପ୍ରଚାର କଟକଣାକୁ ମାନି କେମିତି ପ୍ରଚାର କରି ହେବ ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ।
ସରପଂଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର ଆରମ୍ଭ କରି ସାରିଲେଣି । ଆଜିଠାରୁ ମଇଦାନକୁ ଓହ୍ଲାଇବେ ତୁଙ୍ଗ ନେତା । ଦଳୀୟ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ନେତାମାନେ ପ୍ରଚାର କରିବେ । ବଡ ସମାବେଶ ଓ ଶୋଭାଯାତ୍ରା ଉପରେ କଟକଣା ଲାଗିଥିବାରୁ ନେତାମାନେ କେମିତି ପ୍ରଚାର କରୁଛନ୍ତି । ଭୋଟରଙ୍କ ମନ ଜିଣିବାକୁ କେଉଁ ରଣନୀତି ଆପଣାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଆଜି ମୈଦାନକୁ ଓହ୍ଲାଇବେ ତୁଙ୍ଗ ନେତା । କୋଭିଡ କଟକଣା ଭିତରେ କରିବେ ପ୍ରଚାର
/kanak/media/post_attachments/wp-content/uploads/2022/01/Screen-Shot-2022-01-27-at-7.23.28-AM.png)