କନକ ବ୍ୟୁରୋ: ରାଜ୍ୟରେ ଆଳୁ ସଂକଟର ଅନ୍ୟତମ କାରଣ ଶୀତଳ ଭଣ୍ଡାର ଅଭାବ ବୋଲି କୁହାଯାଉଛି। ପୂର୍ବ ସରକାର ଆଳୁ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସୁବ୍ୟବସ୍ଥା ନକରିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ଏତିକିବେଳେ ଶୀତଳ ଭଣ୍ଡାର ନାଁରେ କେମିତି କୋଟି କୋଟି ଟଙ୍କା ଲୁଟ ହୋଇଛି ସୁନ୍ଦରଗଡରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍।
ସୁନ୍ଦରଗଡ ଜିଲ୍ଳା ସଦର ବ୍ଲକ କିରେଇ ପଂଚାୟତର ଚାଷୀ ନୟନ କୁମାର ପଟେଲଙ୍କ ଶୀତଳ ଭଣ୍ଡାର । ଶୀତଳ ଭଣ୍ଡାର କହିଲେ ଭୁଲ ହେବ। ଭଂଗା ଦଦରା ବାଇକ ଓ ସାଇକେଲ ରଖିବା ପାଇଁ ଷ୍ଟୋର ରୁମ୍।..
ସୁନ୍ଦରଗଡ ସଦର ବ୍ଲକ ବିଜୁଳିଖମନ ଗାଁ ର ଚାଷୀ ଗୋଲାପ ଚନ୍ଦ୍ର ପଟେଲଙ ଶୀତଳ ଭଣ୍ଡାର। ଭିତରେ ଉଇହୁଙ୍କା ହୋଇଗଲାଣି। ବଡ କଥା ହେଉଛି ଆରମ୍ଭ ହେବା ଦିନରୁ ବନ୍ଦ ହୋଇ ପଡିଛି।
କେବଳ ଏହି ଦୁଇଟି ନୁହେଁ ସୁନ୍ଦରଗଡ ଜିଲ୍ଳାରେ ଉଦ୍ୟାନ କୃଷି ବିଭାଗ ଦ୍ବାରା କରାଯାଇଥିବା ୧୩୫ ଶୀତଳଭଣ୍ଡାରର ଅବସ୍ଥା ସମାନ।
ପ୍ରତ୍ୟକ ଶୀତଳଭଣ୍ଡାର ପିଛା ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହିସାବ କଲେ ମୋଟ ଉପରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ, ସେହି ବାଟମାରଣା ଯୋଗୁଁ ଏହି କୋଟି କୋଟ ଟଙ୍କା ପାଣିରେ ପଡିଛି। କିନ୍ତୁ ଏକଥାକୁ ମାନିବାକୁ ନାରାଜ ଜିଲ୍ଲା ଉ୍ୟାନ କୃଷି ଅଧିକାରୀ।
ତେବେ ଆଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ପଟାଟୋ ମିଶନ ଆଣନ୍ତୁ ଏବଂ କୋଲ୍ଡ ଷ୍ଟୋରେଜ କରନ୍ତୁ ବୋଲି ଦାବି ହୋଇଛି। ଆଳୁ ସଂକଟକୁ ନେଇ ଶୀତଳ ଭଣ୍ଡାର ଅଭାବକୁ ଦାୟୀ କରାଯାଉଥିବାବେଳେ ଏହି ତଥ୍ୟ ଚିନ୍ତାଜନକ। ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି।