କନକ ବ୍ୟୁରୋ: ୨ ବର୍ଷ ପରେ ଖୋଲିଲା ଦିଲ୍ଲୀ ଲେଡି କନଷ୍ଟେବଳଙ୍କ ହତ୍ୟା ରହସ୍ୟ । ଏକ ତରଫା ପ୍ରେମକୁ ନେଇ ଅନେକ ହତ୍ୟା ଘଟଣା ଆପଣ ଶୁଣିଥିବେ । କିନ୍ତୁ , ୨ ବର୍ଷ ପରେ ଦିଲ୍ଲୀରେ ମହିଳା କନଷ୍ଟେବଳଙ୍କ ହତ୍ୟାର ରହସ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଘଟଣାରେ ସବୁଠୁ ଖାସ କଥା ହେଉଛି ଏଥିରେ ହତ୍ୟାକାରୀ ଅନ୍ୟ କେହି ନୁହେଁ ବରଂ ମୃତ ମହିଳା କନଷ୍ଟେବଳଙ୍କ ସହ କାର୍ଯ୍ୟରତ ହେଡ କନଷ୍ଟେବଳ । ଏକତରଫା ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିବା ପରେ ମହିଳା କନଷ୍ଟେବଳଙ୍କୁ ହେଡ କନଷ୍ଟେବଳ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ପୁଲିସର ତଦନ୍ତ ରିପୋର୍ଟ ଅନୁସାରେ, ସୁରେଶ ରାଣାଙ୍କ ନିଯୁକ୍ତି ୨୦୧୨ରେ ଦିଲ୍ଲୀ ପୁଲିସର ପିସିଆର ୟୁନିଟରେ ହୋଇଥିଲ । ସେ ଏଠାରେ ହେଡକନଷ୍ଟେବଳ ଭାବେ ଯୋଗ ଦେଇଥିଲେ । ଏହାର ଠିକ୍ ୨ ବର୍ଷ ପରେ ମହିଳା କନଷ୍ଟେବଳ ସେମାନଙ୍କ ନିଯୁକ୍ତି ୨୦୧୪ରେ ଏହି ୟୁନିଟରେ ହେଲା । ଏକା ସଙ୍ଗେ କାମ କରୁଥିବାରୁ ଦୁହିଁଙ୍କ ଭିତରେ ସମ୍ପର୍କ ଭଲ ଥିଲା । ମୋନା ସୁରେଶକୁ ଯଥେଷ୍ଟ ସମ୍ମାନ ଦେଉଥିବାବେଳେ ସୁରେଶ କିନ୍ତୁ ମୋନା ପ୍ରେମରେ ପଡିଯାଇଥିଲେ ।
ମୋନା ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ତାଙ୍କ ସ୍କୁଲ ଓ କଜେଲର ଟପ୍ପର ଥିଲେ । କିଛି ମାସର ବ୍ୟବଧାନରେ ତାଙ୍କର ପଦୋନ୍ନତି ହୋଇ ସବଇନ୍ସପେକ୍ଟର ପଦ ମିଳିଥିଲା । ଏହାସହ ମୋନା ଆଇପିଏସ୍ ସ୍ୱପ୍ନକୁ ପୂରଣ କରିବାକୁ ମୁଖାର୍ଜୀନଗରରେ କୋଚିଙ୍ଗ କ୍ଲାସ ଜଏନ୍ କରିବା ସହ ୟୁପିଏସସି ପାଇଁ ଜୋର ଦାର ପ୍ରସ୍ତୁତି ଚଳାଇଥିଲେ । ଏହି ସମୟ ମଧ୍ୟରେ ହେଡକନଷ୍ଟେବଳ ମୋନାଙ୍କୁ ଫୋନରେ ପ୍ରେମ ନିବେଦନ କରିଥିଲା, ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ମୋନ ।
କିଛି ଦିନ ପରେ ସୁରେଶ ରାଣା ମୁଖାର୍ଗୀନଗର ସ୍ଥିତ ମୋନାଙ୍କ ବାସଭବନକୁ ଯାଇ ତାଙ୍କୁ ମିଛ କଥା କହି ଗାଡିରେ ନେଇ ନିଜ ଘରକୁ ଯାଉଥିଲେ । ଅଧବାଟରେ ନିଜର ଦୁଇ ସହଯୋଗୀଙ୍କ ସହ ମିଶି ମୋନାର ତଣ୍ଟି ଚିପି ହତ୍ୟା କରିବା ସହ ମୃତ ଦେହକୁ ଏକ ନାଳରେ ପଥର ବାନ୍ଧି ଫିଙ୍ଗିଦେଇଥିଲେ ଏବଂ ମୋନା କୁଆଡେ ଚାଲିଯାଇଛନ୍ତି ବୋଲି ଫୋନରେ ମୋନାଙ୍କ ପରିବାର ଲୋକଙ୍କୁ କହିଥିଲେ ।
ନିଜର ଅପରାଧକୁ ଲୁଚାଇବାକୁ ହେଡକନଷ୍ଟେବଳ ଅନେକ ମିଛ କାହାଣୀ ସୃଷ୍ଟି କରିଥିଲା । ନିଜ ଶଳା ଓ ତା’ ସାଙ୍ଗଙ୍କ ଜରିଆରେ ମୋନାଙ୍କ ଭଏସ୍ ମଡ୍ୟୁଲେଟ୍ କରି ଫୋନରେ ତାଙ୍କ ପରିବାର ଲୋକଙ୍କୁ ଶୁଣାଉଥିଲେ । ଯେପରି ମୋନା ବଞ୍ଚିଛନ୍ତି ବୋଲି ପରିବାର ୋକେ ଭାବିବେ । ହେଲେ ଆଉ କିଛି ବି ଟେର ପାଇପାରୁନଥିଲେ ମୋନାଙ୍କ ବାପା, ମା’ । ଏନେଇ ସ୍ଥାନୀୟ ପୁଲିସର ସହାୟତା ଲୋଡିଥିଲେ ବି କିଛି ଲାଗ ହେଲାନାହିଁ । ଫଳରେ ଦିଲ୍ଲୀ ପୁଲିସ କମିଶନରଙ୍କୁ ଦ୍ୱାରସ୍ଥ ହେଲେ ଏବେ ସେ ଏହି ଦାୟିତ୍ୱକୁ କ୍ରାଇବ୍ରାଞ୍ଚ ହାତକୁ ହସ୍ତାନ୍ତର କଲେ । କ୍ରାଇମବ୍ରାଞ୍ଚ ଖୋଳତାଡ ଆରମ୍ଭ କଲେ । ଏବେ ହତ୍ୟାର ୨ ବର୍ଷ ପରେ ସତ ସାମ୍ନାକୁ ଆସିଲା । ଅଲିପୁରର ବଡନାଳରୁ ମେ।।ଙ୍କ କଙ୍କାଳ ଜବତ କରିବା ପରେ ହେଡକନଷ୍ଟେବଳକୁ ଥାର୍ଡ ଡିଗ୍ରୀ ଚାର୍ଜ କରିଥିଲା କ୍ରାଇମବ୍ରାଞ୍ଚ ପୁଲିସଏବଂ ସେ ସବୁ ସତ ଓଗାଳିଥିଲା । ଏବେ ସୁରେଶ ରାଣା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଯାଞ୍ଚ ଜାରି ରଖିଛି ପୁଲିସ ।