ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟ୍ୱିଟରରେ ପୋଷ୍ଟ କରିଥିବା ଏକ କୁକୁରର ଫଟୋକୁ ନେଇ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଟ୍ରମ୍ପ ଟ୍ୱିଟ କରିଥିବା ଫଟୋଟି ସହ ବାଗଦାଦି ମୃତ୍ୟୁ ଘଟଣାର କୌଣସି ସମ୍ପୃକ୍ତି ନଥିବା ଆମେରିକାର ଗଣମାଧ୍ୟମ ସଂସ୍ଥା ଡେଲି ୱେୟର ପକ୍ଷରୁ ଦାବି କରାଯାଇଛି । ଡେଲି ୱେୟର ପକ୍ଷରୁ କୁହାଯାଇଛି ଯେ ଏହି ଫଟୋଟି ୨୦୧୭ରେ ଭିଏତନାମରେ ଦିନତମାମ୍ ସଂଘର୍ଷ କରି ୧୦ଜଣ ଲୋକଙ୍କର ଜୀବନ ରକ୍ଷା କରିବାରେ ସମର୍ଥ ହୋଇଥିବା ଅନ୍ୟ ଏକ ସେନା କୁକୁର ଜେମସ୍ ମାକ୍କ୍ଲୋଗାନକୁ ମେଡାଲ ପିନ୍ଧାଇବା ବେଳର ଫଟୋ।
ଏହି ଫଟୋକୁ ଏଡିଟ୍ କରି ସେଥିରେ ବାଗଦାଦିକୁ ମୃତ୍ୟୁ ମୁହଁକୁ ପଠାଇ ଦେଇଥିବା ଆମେରିକୀୟ ସେନା କୁକୁରର ଫଟୋକୁ ଯୋଡ଼ି ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ପ୍ରସ୍ତୁତ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିଜ ହାତରେ ବାଗଦାଦିର ମୃତ୍ୟୁରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁକୁରକୁ ଏକ ମେଡାଲ ପିନ୍ଧାଇ ଦେଉଥିବାର ଫଟୋକୁ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଛାଡ଼ିବା ସହ ଫଟୋ ଉପରେ ‘ଆମେରିକାନ୍ ହିରୋ’ ବୋଲି ଲେଖିଥିଲେ । ଏବେ ଟ୍ରମ୍ପଙ୍କ ଏହି ଫଟୋକୁ ନେଇ ଜୋରଦାର ଚର୍ଚ୍ଚା ହେବା ସହ ତାଙ୍କ ସମାଲୋଚକମାନେ ତାଙ୍କର ମଜା ଉଡାଇଛନ୍ତି।