ମୃତ୍ୟୁ ଏମିତି ବି ଆସେ… ଟ୍ରକକୁ ପଛରୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ବାଇକ୍ , ଚାଲିଗଲା ଜୀବନ, ଅନ୍ୟ ଜଣେ ଗୁରୁତର ।

289

କନକ ବ୍ୟୁରୋ: ମୃତ୍ୟୁ ଏମିତିବି ଆସେ । ଆଖି ପିଛୁଳାକେ ଚାଲିଗଲା ଯୁବକଙ୍କ ଜୀବନ । ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ୍ ଭିଜୁଆଲ । ଏକ ଟ୍ରକ୍ ପେଟ୍ରୋଲ ପମ୍ପ ସାମ୍ନାରେ ଗାଡ଼ିଟିକୁ ଅଟକାଇ ରଖିଥିଲା ପୁଣି କେଇ ସେକେଣ୍ଡ ପରେ ଆଉଥରେ ଟ୍ରକ୍ ଟି ଆଗକୁ ବଢ଼ିଥିଲା । କିନ୍ତୁ ଠିକ୍ ଏହି ସମୟରେ ଗୋଟିଏ ବାଇକ୍ ଦ୍ରୁତ ଗତିରେ ଆସି ଟ୍ରକ୍ ଟିକୁ ପଛପଟୁ ଧକ୍କା ଦେଲା । ଏହାପରେ ଦୁର୍ଘଟଣା ଗସ୍ତ ହୋଇ ବାଇକ୍ ଚାଳକ ଏବଂ ତାଙ୍କ ବନ୍ଧୁ ତଳେ ଛିଟିକି ହୋଇ ପଡୁଛନ୍ତି । ଦୁର୍ଘଟଣାର ଲାଇଭ୍ ଦୃଶ୍ୟଟି ହେଉଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସାମ୍ନାର । 

ଏକ ଚାଉଳ ବୋଝେଇ ଟ୍ରକକୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହୀ ଜଣକ ମୃତ୍ୟୁବରଣ କରିଥିଲେ । ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ପିପଲଗୁଡା ଗ୍ରାମର ସାମ ଭତରା । ସୂଚନା ଅନୁଯାୟୀ ପିପଲଗୁଡା ଗ୍ରାମର ଦୁଇ ବନ୍ଧୁ ଘରକୁ ଫେଉଥିବା ସମୟରେ ପେଟ୍ରୋଲ ପମ୍ପ ସାମ୍ନାରେ ଦୁର୍ଘଟଣା ଗସ୍ତ ହୋଇଥିଲେ । ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ମେଡିକାଲରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରାଇଥିଲେ କିଛି ଯୁବକ । ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।