ଛତିଆରେ ଓଲଟିଲା ଆଳୁ ବୋଝେଇ ଟ୍ରକ : ଆଳୁ ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା

183

କନକ ବ୍ୟୁରୋ : ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆଠାରେ ଏକ ଆଳୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟିପଡ଼ିଛି । କଟକ ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକଟି ଛତିଆ ଠାରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଳୁ ବୋଝେଇ ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା ।

ଅଳ୍ପକେ ଟ୍ରକ୍ ଡ୍ରାଇଭରଜଣକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ହେଲେ ଟ୍ରକରେ ଯାଉଥିବା ଆଳୁ ରାସ୍ତା କଡ଼ରେ ଢାଳି ହୋଇ ଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆଳୁ ବୋହି ନେଇଯାଇଥିଲେ । ଆଳୁ ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିବା ଦେଖିବାକୁ ମିଳିଥିଲା । ବୈରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।