ରାୟଗଡା କାଳିଆପଡା ଘାଟିରେ ଦୁର୍ଘଟଣା : ଟ୍ରାକ୍ଟରକୁ ଟ୍ରକ ଦେବା ଫଳରେ ୨ ମୃତ

Advertisment
ରାୟଗଡା କାଳିଆପଡା ଘାଟିରେ ଦୁର୍ଘଟଣା : ଟ୍ରାକ୍ଟରକୁ ଟ୍ରକ ଦେବା ଫଳରେ ୨ ମୃତ

କନକ ବ୍ୟୁରୋ : ରାୟଗଡା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଦୁର୍ଘଟଣା । ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାୟଗଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । କଳାହାଣ୍ଡିରୁ ଶ୍ରମିକଙ୍କୁ ନେଇ ଆନ୍ଧ୍ରର ଶ୍ରୀକାକୁଲମ ଟ୍ରାକ୍ଟର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ବସବାସ କରୁଥିବା ଆନ୍ଧ୍ର ପ୍ରଦେଶର ୩ ଜଣ ଶ୍ରମିକ ଟ୍ରାକ୍ଟରରେ ଟିକିରି ଦେଇ ନିଜ ରାଜ୍ୟ ଆଡ଼କୁ ଯାଉଥିଲେ। କୌଣସି କାରଣରୁ କାଳିଆପଡା ଘାଟିରେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏଥିରେ ଜଣଙ୍କର ଘଟଣା ସ୍ଥଳରେ ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଟିକିରି ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା ।

publive-image

ଇତିମଧ୍ୟରେ ଅନ୍ୟ ଦୁଇଜଣ ଯାତ୍ରୀ ଘଟଣାସ୍ଥଳରେ  ଥିବା ପ୍ରୋଟେକ୍ସନ ୱାଲରେ ବସି ଟ୍ରାକ୍ଟରକୁ ଜଗିଥିଲେ। ହେଲେ ଅନ୍ଧାରୁଆ ପୁଣି ବୁଲାଣି ଥିବାରୁ ଟିକିରି ଠାରୁ ଜେକେପୁର ଅଭିମୁଖେ ଯାଉଥିବା ଏକ କାଠ ବୋଝେଇ ଟ୍ରକ୍ ଓଲଟିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟରର ଦୁଇଜଣ ଯାତ୍ରୀଙ୍କର  ଘଟଣାସ୍ଥଳରେ ମୃତ୍ୟୁ ହେଇଯାଇଥିବା ବେଳେ ଟ୍ରକ ଡ୍ରାଇଭରଙ୍କର ଗୋଟିଏ ହାତର ୪ ଟି ଆଙ୍ଗୁଠି ଛିଣ୍ଡି ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe