କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଟ୍ରକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ପାହାଳରେ ଘଟିଛି ଏହି ଘଟଣା । ଜଳିଯାଇଛି ଏକ ବାଲି ବୋଝେଇ ଟ୍ରକ । ଟ୍ରକଟି କଟକରୁ ଭୁବନେଶ୍ୱର ଆସୁଥିବାବେଳେ ହାଠତ ପାହାଳ ଛକ ନିକଟରେ ଇଞ୍ଜିନରୁ ଧୂଆଁ ବାହାରିଥିଲା ।
ଏହାକୁ ଦେଖି ଡ୍ରାଇଭର ଓ ହେଲପର ଗାଡି ଅଟକାଇ ଡେଇଁପଡିଥିଲେ । ପରେ ଟ୍ରକଟି ଜଳିବାକୁ ଆରମ୍ଭ କରିଥିଲା । ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ନିଆଁରେ ଟ୍ରକଟି ସଂପୂର୍ଣ୍ଣ ଜଳିଯାଇଛି ।
Follow Us
/kanak/media/post_attachments/wp-content/uploads/2020/10/vlcsnap-2020-10-19-08h11m17s250.png)