ଭୁବନେଶ୍ୱର ଉପକଣ୍ଠ ପାହାଳରେ ଜଳିଗଲା ଟ୍ରକ : କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ; କେହି ମୃତାହତ ହୋଇନଥିବା ସୂଚନା

ଦମକଳ ବିଭାଗ କଲା ନିଆଁକୁ ଆୟତ୍ତ

87

କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଟ୍ରକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ପାହାଳରେ ଘଟିଛି ଏହି ଘଟଣା । ଜଳିଯାଇଛି ଏକ ବାଲି ବୋଝେଇ ଟ୍ରକ । ଟ୍ରକଟି କଟକରୁ ଭୁବନେଶ୍ୱର ଆସୁଥିବାବେଳେ ହାଠତ ପାହାଳ ଛକ ନିକଟରେ ଇଞ୍ଜିନରୁ ଧୂଆଁ ବାହାରିଥିଲା ।

ଏହାକୁ ଦେଖି ଡ୍ରାଇଭର ଓ ହେଲପର ଗାଡି ଅଟକାଇ ଡେଇଁପଡିଥିଲେ । ପରେ ଟ୍ରକଟି ଜଳିବାକୁ ଆରମ୍ଭ କରିଥିଲା । ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ନିଆଁରେ ଟ୍ରକଟି ସଂପୂର୍ଣ୍ଣ ଜଳିଯାଇଛି ।