କନକ ବ୍ୟୁରୋ: ତ୍ରିପୁରାରେ ନିବାଚନୀ ହିଂସା କୁ ନେଇ ମୁଁହ ଖୋଲିଲେ ସୁପ୍ରିମକୋର୍ଟ । ତାଲିବାନ ଷ୍ଟାଇଲ ରେ ହିଂସା କରିବାକୁ ବିଜେପି ବିଧାୟକ ଭାଷଣ ଦେଇଥିଲେ କି ନାହିଁ ବୋଲି ତ୍ରିପୁରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଟିଏମସି ପକ୍ଷରୁ ଅଭିଯୋଗର ଶୁଣାଣି ତ୍ରିପୁରା ସରକାର୍ଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନାୟାଳୟ । କୋର୍ଟରେ ଟିଏମସି ପକ୍ଷରୁ କୁହାଯାଇଛି ଯେ, ମାମଲା ଏତେ ଗମ୍ଭୀର ଯେ ଭୟରେ ସିପିଏମ ଆଶାୟୀ ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଛନ୍ତି ।
ସେହିପରି ଯଦି ଟିଏମସି ନ ଛିଡା ହୁଏ ତେବେ ଆଉ କେହି ବିରୋଧି ରହିବେନି ବୋଲି ଟିଏମସି ବୟାନ ଦେଇଛି । ଗୁରୁବାର ତ୍ରିପୁରା ରେ ପୌରପାଳିକା ନିର୍ବାଚନ ହେବାକୁ ଯାଉଛି । ମଂଗଳବାର ନିର୍ବାଚନୀ ପ୍ରଚାରର ଶେଷ ତାରିଖ । ତେବେ ତ୍ରିପୁରାରେ ସାମ୍ପ୍ରଦାୟୀକ ହିଂସା ନେଇ ରାଜନିତୀ ଜୋର ଧରିବାରେ ଲାଗିଛି । ଏହାରି ଭିତରେ ତ୍ରିପୁରା ନିର୍ବାଚନ ସ୍ଥଗିତ ନକରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କୁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବାକୁ କହିଛନ୍ତି ସର୍ବୋଚ୍ଚ ନାୟାଳୟ । ତ୍ରିପୁରା ସରକାର ଓ ପୋଲିସ, ବିରୋଧୀଙ୍କ ଉପରେ ଅତ୍ୟାଚାର କରାଯାଉଥିବା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ ଟିଏମସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/1616066711_supreme-court-4.jpg)