ଟଳିଲା ତୃଣମୂଳ କଂଗ୍ରେସରେ ବଡ ସଙ୍କଟ : ଦଳରେ ରହିବେ ଶୁଭେନ୍ଦୁ ଅଧିକାରୀ

ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିବା ନେଇ ଚାଲିଥିଲା ଚର୍ଚ୍ଚା

246

କନକ ବ୍ୟୁରୋ : ଟଳିଲା ତୃଣମୂଳ କଂଗ୍ରେସରେ ବଡ ବିବାଦ । ଦଳରେ ରହିବେ ପୂର୍ବତନ ମନ୍ତ୍ରୀ ତଥା ମମତାଙ୍କ ପରେ ନମ୍ବର ୨ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁଙ୍କୁ ମନାଇବାରେ ସଫଳ ହୋଇଛି ତୃଣମୂଳ କଂଗ୍ରେସ ନେତୃତ୍ୱ । ଟିଏମସି ସାଂସଦ ସୌଗତ ରାୟ ଗତକାଲି ରାତିରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଶୁଭେନ୍ଦୁ ଦଳରେ ରହିବେ । ଏ ନେଇ ଥିବା ସବୁ ମନୋମାଳିନ୍ୟ ଦୂର ହୋଇଛି ।

ଗତ ସପ୍ତାହରେ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାପୂର୍ବରୁ କୋଲାକାତାରେ ଶୁଭେନ୍ଦୁଙ୍କୁ ଭେଟିଥିଲେ ତୃଣମୂଳ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ । ଉଭୟଙ୍କ ମଧ୍ୟରେ ବୈଠକ ପ୍ରାୟ ଦୁଇଘଂଟା ଧରି ଚାଲିଥିଲା । ଏଥିରେ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ସୌଗତ ରାୟ ଉପସ୍ଥିତ ଥିଲେ ।

ଟିଏମସିର ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କ ଦଖଲ ପରେ ଏହି ବୈଠକ ହୋଇଥିଲା । ଦଳରେ ସାଙ୍ଗଠନିକ କୌଶଳ ପାଇଁ ଶୁଭେନ୍ଦୁ ଅଧିକାରୀ ନିଜର ପତିଆରା ଜାହିର କରିଥିଲେ । ମମତାଙ୍କ ପରେ ସେ ଥିଲେ ଦଳର ନମ୍ବର-ଟୁ । ନନ୍ଦିଗ୍ରାମ ଆନ୍ଦୋଳନ ପରେ ଚର୍ଚ୍ଚାକୁ ଆସିଥିଲେ । ମମତା ବାନାର୍ଜୀଙ୍କ ଥିଲେ ସେ ପରାମର୍ଶଦାତା ।