ହିମାଳୟର ଉଚ୍ଚ ଘାଟିରେ ଉଡିଲା ତ୍ରିରଙ୍ଗା : ସମୁଦ୍ର ପତନରୁ ୧୭ ହଜାର ଫୁଟ ଉପରେ ଲେହରେ ଆଇଟିବିପି ଜବାନ ପାଳିଲେ ସ୍ୱାଧୀନତା ଦିବସ ; ସେପଟେ ଭାରତ ମାତା କୀ ଜୟ ନାରାରେ କମ୍ପିଲା ଲଦାଖର ପାହାଡିଆ ଘାଟି

151

କନକ ବ୍ୟୁରୋ : ସମୁଦ୍ର ପତନରୁ ୧୪ ହଜାର ଫୁଟ ଉପରେ ଉଡିଲା ତ୍ରିରଙ୍ଗା । ଏପରି ଚିତ୍ର ଆସିଛି ଦେଶର ସୀମାନ୍ତ ଲଦାଖର ଉଚ୍ଚ ପାହାଡିଆ ଘାଟି ଉପରୁ । ଦେଶର ସୀମା ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଜବାନ ଉଚ୍ଚ ଘାଟି ଉପରେ ପତାକା ଉଡାଇ ପାଳନ କରିଛନ୍ତି ସ୍ୱାଧୀନତା ଦିବସ । ଏହି ଅବସରରେ ବନ୍ଦେ ମାତରମ୍ ଆଉ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପିଛି ଲଦାଖ ଅଂଚଳ ।

ସେପଟେ ସ୍ୱାଧୀନତା ଦିବସ ଅବସରରେ ଦେଶର ଲେହ ସୀମାରେ ଶୁଭିଛି ଭାରତ ମାତା କୀ ଜୟର ଧ୍ୱନୀ । ଦେଶର ବୀର ଜବାନଙ୍କ ଭାରତ ମାତା କୀ ଜୟ ଧ୍ୱନୀରେ କମ୍ପି ଉଠିଛି ପୁରା ଘାଟି ଅଂଚଳ । ଆଇଟିବିପି ଜବାନ ଲେହର ଉଚ୍ଚ ପାହାଡିଆ ଘାଟି ଉପରେ ଗର୍ବ ସହକାରେ ଉଡାଇଛନ୍ତି ତ୍ରିରଙ୍ଗା ପତାକା । ସମୁଦ୍ର ପତନରୁ ଏହି ସ୍ଥାନର ଉଚ୍ଚତା ପ୍ରାୟ ୧୭ ହଜାର ଫୁଟ ଉପରେ ହେବା ପ୍ରତିକୂଳ ପାଗ ଓ ପରିସ୍ଥିତିରେ ବି ଦେଶର ସେନା ସୀମା ସୁରକ୍ଷା କରିବା ସହ ପାଳନ କରିଛନ୍ତି ସ୍ୱାଧୀନତା ଦିବସ ।

ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ କଫି ପାଉଡରରେ ମହାତ୍ମାଗାନ୍ଧିଙ୍କର ଏକ ବିଶାଳ ଫଟୋ ଚିତ୍ର ଅଙ୍କନ କରିଛନ୍ତି ଚେନ୍ନାଇର ଜଣେ ଯୁବକ । ଶିବରାମ ନାମକ ଯୁବକ ମହାତ୍ମଗାନ୍ଧିଙ୍କର ଏହି ବିଶାଳ ଚିତ୍ର ଅଙ୍କନ କରିଛନ୍ତିା ପୁରା ଫଟୋ ଚିତ୍ରଟି ୨ ହଜାର ୨୦ ବର୍ଗ ଫୁଟ ଆକାରର । ଏହାକୁ କଫି ପାଉଡରରେ ତିଆରି କରାଯାଇଛି ।