ଜୀବିତ ନୁହେଁ ଏଠି ମୃତ୍ୟୁ ପରେ ବି ବର୍ଷ ବର୍ଷ ଧରି ପରିବାର ସହ ରହେ ଶବ । ମରଶରୀରକୁ ପିନ୍ଧାଇ ଦିଆଯାଏ ନୂଆ ପୋଷାକ, ଖାଇବାକୁ ଦିଆଯାଏ ସୁସ୍ୱାଦୁ ଖାଦ୍ୟ ।

302

କନକ ବ୍ୟୁରୋ : ସାଧାରଣତଃ ମଣିଷର ମୃତ୍ୟୁ ପରେ ମୃତ ଶରୀରର ଅନ୍ତିମ ସଂସ୍କାର କରାଯାଇଥାଏ । ଶବ ଦାହ କରାଯାଏ ନଚେତ୍ ପୋତିଦିଆଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ, ଯେଉଁଠି ମୃତ୍ୟୁ ପରେ ବି ପରିବାର ସହ ରହିଥାଏ ଶବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପରିବାରବର୍ଗ ନିଜ ପରିଜନଙ୍କ ଶବକୁ ବର୍ଷ ବର୍ଷ ଧରି ନିଜ ଘରେ ରଖିଥାନ୍ତି । କେବଳ ଏତିକି ନୁହେଁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତିଦିନ ପରିବାର ଲୋକ ତାଙ୍କୁ ଖାଇବା ପାଇଁ ଡାକିଥାନ୍ତି ।

ଆଶ୍ଚର୍ଯ୍ୟ କଲା ଭଳି ଏମିତି କିଛି କାର୍ଯ୍ୟ କରିଥାନ୍ତି, ଇଣ୍ଡୋନେସିଆର ସୁଲାବେସୀ ପାହାଡର ତୋରାଜନ ସମାଜର ଲୋକେ । ଏଠାରେ ଲୋକମାନେ ମୃତବ୍ୟକ୍ତିଙ୍କ ସହ ଏମିତି ବ୍ୟବହାର କରାଯାଏ, ଯେମିତି ତାଙ୍କର ମୃତ୍ୟୁ ହୋଇନାହିଁ ବରଂ ସେ ରୋଗାକ୍ରାନ୍ତ ଅଛନ୍ତି । ମୃତ ଶରୀରକୁ ଘରର ଏକ ଅଲଗା ଘରେ ରଖାଯାଏ । ଏବଂ ପ୍ରତିଦିନ ତାଙ୍କୁ ଖାଇବାକୁ ମଧ୍ୟ ଦିଆଯାଏ । ତେବେ ଏସବୁ ସେପର୍ଯ୍ୟନ୍ତ କରାଯାଏ, ଯେଉଁ ପର୍ଯ୍ୟନ୍ତ ମୃତ ଶରୀରର ଅନ୍ତିମ ସଂସ୍କାର ନକରାଯାଇଛି ।

ତେବେ ଅନ୍ତିମ ସଂସ୍କାର ପରେ, ଶେଷରେ କବରରେ ସମାଧି ଦିଆଯାଏ । କିନ୍ତୁ ଏହା ପରେ ବି ପ୍ରତିଦିନ ସମାଧି ଉପରେ ନଜର ରଖାଯାଇଥାଏ । ସମାଧି ସ୍ଥଳକୁ ସଫା କରାଯାଏ, ଏବଂ ନୂଆ ପୋଷାକ ମଧ୍ୟ ଦିଆଯାଇଥାଏ । ତେବେ କବରରେ ଉପହାର ରଖାଯିବାର ମଧ୍ୟ ପରମ୍ପରା ରହିଛି । ମହିଳାଙ୍କୁ ଚୂଡି ଉପହାର ଦିଆଯାଏ, ଏବଂ ପୁରୁଷଙ୍କୁ ଘଂଟା ଉପହାର ଦିଆଯାଏ । ତେବେ କିଛି ସ୍ଥାନରେ ପରିଜନମାନେ ହୀରା ମଧ୍ୟ ଉପହାର ଆକାରରେ ଦିଆଯାଏ । ଆଉ ଯେଉଁଥିପାଇଁ ଅନେକ ଥର ଚୋରି ଡକାୟତି ମଧ୍ୟ ହୋଇଥାଏ ।

ତେବେ ଏହି ସ୍ଥାନରେ ଅନେକ କିଛି ସ୍ୱତନ୍ତ୍ର ପରମ୍ପରା ରହିଛି । କିଛି ଲୋକ ଅଳ୍ପଦିନରେ ମୃତ ଶରୀରର ଅନ୍ତିମ ସଂସ୍କାର କରୁଥିବା ବେଳେ ଆଉ କିଛି ଲୋକେ, ବର୍ଷ ବର୍ଷ ଧରି ମୃତ ଶରୀରକୁ ନିଜ ଘରେ ରଖିଥାନ୍ତି । କେବଳ ଘରେ ରଖନ୍ତିନି, ତାଙ୍କୁ ଜୀବିତ ଲୋକଙ୍କ ଭଳି ବ୍ୟବହାର କରାଯାଏ । ନୂଆ ପୋଷାକ ପିନ୍ଧାଯିବା ସହ ପ୍ରତିଦିନ ଖାଇବାକୁ ମଧ୍ୟ ଦିଆଯାଏ ।