କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଆଜି ପୁଣି ଉଠିଥିଲା ହାଜତ ମୃତ୍ୟୁ ପ୍ରସଙ୍ଗ । ମୁଲତବୀ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । ଏ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୁରୀ ଓ ସୁନ୍ଦରଗଡ ହାତ ମୃତ୍ୟୁ ନେଇ ସେ କହିଛନ୍ତି, ରାଜ୍ୟରେ ବ୍ରିଟିଶ ଯୁଗ ଚାଲିଛି । ହାଜତ ମୃତ୍ୟୁ ପାଇଁ ପୁଲିସ ସଂପୂର୍ଣ୍ଣ ଭାବେ ଦାୟୀ ।
ଜଣେ ବିଚାରପତିଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସେ ଦାବି କରିଥିଲେ । ଗୃହରେ ଉତର ରଖିବାକୁ ସେ ଦାବି କରିଥିଲେ । ସେପଟେ ଏହି ପ୍ରସଙ୍ଗରେ ପୁରୀର ତତକାଳୀନ ଏସପି ଅଖିଳେଶ୍ୱର ସିଂଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ବି ଦାବି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/21-21.jpg)