ପଞ୍ଚାୟତ ଫଇସଲା, ଆସୁଛି ତୃତୀୟ ଦିନ ଗଣତିର ଟ୍ରେଣ୍ଡ୍, ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ ପଢନ୍ତୁ...

Advertisment
ପଞ୍ଚାୟତ ଫଇସଲା: ସନ୍ଧ୍ୟା ୬ଟା ୨୦ ସୁଦ୍ଧାର ଟ୍ରେଣ୍ଡ, ଜାଣନ୍ତୁ କିଏ କେଉଁଠି ଆଗରେ...

କନକ ବ୍ୟୁରୋ: ତୃତୀୟ ଦିନର କାଉଣ୍ଟିଂ ଜାରି, ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଆଜି ମୋଟ୍ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି । ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି, ବିଜେପି ୧୪ ଏବଂ କଂଗ୍ରେସ ୪ଟି ଜୋନରେ ଆଗୁଆ ରହିଛି ।

ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୬୨୦ ଆସନରୁ ୫୮୫ର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେଉଁଥିରେ ବିଜେଡି ୫୧୮ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ତୃତୀୟ ଦିନର ଗଣତି ଜାରି ରହିଛି । ଏଯାବତ୍ ଗଣତି ଓ ଟ୍ରେଣ୍ଡ ସୁଦ୍ଧା ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe