କନକ ବ୍ୟୁରୋ: ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ୫ଟି ରାଜ୍ୟରେ ଆରମ୍ଭ ହୋଇ ସାରିଛି । ଏବେ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ଉତ୍ତରପ୍ରଦେଶରେ ଆଗୁଆ ରହିଛି ବିଜେପି । ଏବେଯାଏଁ ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶରେ ମୋଟ ୪୦୩ ସିଟରୁ ବିଜେପି ୬୭ଟି ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟିକୁ ମିଳିଛି ୬୦ ଆସନ । ଏହି ଦୁଇଦଳ ଭିତରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ସେହିପରି ବିଏସପିକୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଏଯା,ଁ ଖାତା ଖୋଲିନଥିବା ଜଣାପଡିଛି । ଅନ୍ୟପଟେ ପଂଜାବରେ କିନ୍ତୁ ଆପର ଦବଦବା ଦେଖିବାକୁ ମିଳୁଛି । ଆପ୍ ୩୯ଟି ଆସନରେ ଆଗୁଆ ଥିବାବେଳେ ବିଜେପିକୁ ମିଳିଛି ୨୧ଟି ଆସନ । ହେଲେ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିପାରିଛି ।
ଅନ୍ୟପଟେ ଉତ୍ତରାଖଣ୍ଡରେ ମୋଟ ୭୦ଟି ଆସନରୁ ବିଜେପିକୁ ୧୨ଟି ଆସନ ମିଳିଥିବାବେଳେ କଂଗ୍ରେସ ୧୩ଟି ଅସେନରେ ଆଗୁୁଆ ରହିଛି ।ହେଲେ ଆପ୍ କିମ୍ବା ଅନ୍ୟଦଳଙ୍କୁ ଏଯାଏଁ କୌଣସି ଆସନରେ ଆସିପାରିନାହିଁ ।