ହେପାଟାଇଟ୍ ଔଷଧରେ ହୋଇପାରିବ କରୋନା ସଂକ୍ରମିତଙ୍କ ଚିକିତ୍ସା । ଡିସିଜିଆଇଙ୍କୁ ଅନୁମତି ମାଗିଲେ ଜାଇଡସ୍ କାଡିଲା

129

କନକ ବ୍ୟୁରୋ : ଔଷଧ କମ୍ପାନୀ ଜାଇଡସ୍ କାଡିଲା ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) କୁ ହେପାଟାଇଟସ୍ ଔଷଧ ପେଗିଲେଟେଡ ଇଣ୍ଟରଫେରାନ୍ ଓଲ୍ଫା -୨ ବି ର ବ୍ୟବହାର କରୋନା ସଂକ୍ରମିତଙ୍କ ଠାରେ ବ୍ୟବହାର କରିବାକୁ ଅନୁମତି ମାଗିଛନ୍ତି । ସୋମବାର ଦିନ ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି କି ପେଗିଲେଟେଡ ଇଣ୍ଟରଫେରାନ୍ ଓଲ୍ଫା -୨ ବି ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଔଷଧ କୋଭିଡ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଉତ୍ସାହଜନକ ସୁଫଳ ମିଳିଛି ।

କମ୍ପାନୀ ପକ୍ଷରୁ ଏହି ଔଷଧକୁ ‘ପେଗିହେପ’ ନାମରେ ବଜାରରେ ବିକ୍ରି କରୁଛି । କମ୍ପାନୀ ପକ୍ଷରୁ କୁହାଯାଇଛି କି କରୋନା ସଂକ୍ରମିତଙ୍କ ଠାରେ ଏହାର ବ୍ୟବହାର ପରେ ଖୁବଶୀଘ୍ର ଏଥିରୁ ସୁଫଳ ମିଳୁଛି । ଅନ୍ୟପଟେ ଔଷଧ ସେବନ ପରେ ରୋଗୀଙ୍କ ଦେହରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖା ଯାଉନାହିଁ ।