କନକ ବ୍ୟୁରୋ: ବେଡରେ ନୁହେଁ ଚଟାଣରେ ଚାଲିଛି ଚିକିତ୍ସା । ସ୍ମାର୍ଟସିଟି ରାଉରକେଲା ସରକାରୀ ହସପିଟାଲରୁ ଆସିଛି ଏମିତି ଖବର । ଏହି ହସ୍ପିଟାଲକୁ ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ବହୁ ରୋଗୀ ଆସନ୍ତି । ଏପରିକି ବୀରମିତ୍ରପୁରରୁ ନେଇ ଝାଡଖଣ୍ଡ ଅଞ୍ଚଳର ବହୁ ରାଗୀ ଚିକିତ୍ସିତ ହୋଇଥାନ୍ତି । ବିଭିନ୍ନ ବିଭାଗରେ ମୋଟ ଶଯ୍ୟା ସଂଖ୍ୟା ୪୦୦ ଥିବା ବେଳେ ତା ଠାରୁ ୨ ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ସବୁଠୁ ଦୟନୀୟ ଅବସ୍ଥାରେ ପଡି ରହିଥାନ୍ତି ରୋଗୀମାନେ । ବେଡ ନଥିବାରୁ ଚଟାଣରେ ପଡିରହି ଚିକିତ୍ସିତ ହେଉଛନ୍ତି ରୋଗୀ ମାନେ । ତେବେ ସାଧାରାଣ ବିଭାଗ ଅପେକ୍ଷା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବଡ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । ଚିକିତ୍ସା ପାଇଁ ଚଟାଣରେ ପଡିି ରହୁଛନ୍ତି ରୋଗୀ ମାନେ । ସେପଟେ ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା କଥା ସାମାନ୍ୟ ରୋଗରେ ବି ମେଡିକାଲରେ ରୋଗୀ ଭର୍ତ୍ତି ହୋଇଯାଉଥିବାରୁ ଏହିଭଳି ସମସ୍ୟା ଉପୁଜୁଛି । ଏହି ସମସ୍ତ ସମସ୍ୟା ନେଇ ଜଣାଯାଇଛି । ଖୁବଶୀଘ୍ର ଏହି ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି ।
ବେଡରେ ନୁହେଁ ଚଟାଣରେ ଚାଲିଛି ଚିକିତ୍ସା । ବେଡ ନଥିବାରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ ଓ ପ୍ରସୂତି
/kanak/media/post_attachments/wp-content/uploads/2022/10/saddvgr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)