ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ । ଔଷଧ ତାଲିକାରୁ କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଜିଙ୍କ୍ ଓ ମଲ୍ଟିଭିଟାମିନ୍ ବାଦ୍

572

କନକ ବ୍ୟୁରୋ: ଲକ୍ଷଣ ଦେଖା ଯାଉନଥିବା କିମ୍ବା ସାମାନ୍ୟ ଲକ୍ଷଣ ଦେଖା ଯାଉଥିବା କକୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତିକୁ ପରିବର୍ତନ କରିଛି କେନ୍ଦ୍ର । ଏ ସଂପର୍କିତ ଟାସ୍କଫୋର୍ସ ଔଷଧ ନିୟାମବଳୀରେ ପରିବର୍ତନ କରି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ନୂଆ ନିୟମ ଅନୁସାରେ ଏଣିକି ଆଉ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍, ଆଇଭର ମେକ୍ଟିନ୍, ଡକ୍ସିସାଇକ୍ଲିନ୍, ଜିଙ୍କ ଓ ମଲ୍ଟି ଭିଟାମିନ ଔଷଧ ଦିଆଯିବ ନାହିଁ ।

ସେହିପରି ଅନାବଶ୍ୟକ ଭାବେ ସିଟି ସ୍କାନ ନକରିବାକୁ କୁହାଯାଇଛି । ରୋଗୀଙ୍କୁ ଷ୍ଟିମ ଦେବା, ଆଂଟିବାୟୋଟିକ୍ ଔଷଧ କିମ୍ବା ଭିଟାମିନ ଓ ଜିଙ୍କ ଦେବାକୁ ବାରଣ କରାଯାଇଛି । ଷ୍ଟେରଏଡ୍, ଅସ୍କିଜେନ୍ କିମ୍ବା ପାରାସିଟାମୋଲକୁ ଠିକ ଭାବେ ଉପଯୋଗ କରୁବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଜମା ଥେରାପୀକୁ ବାରଣ କରାଯାଇଥିବାବେଳେ ଟୋସିଲିଜୁମାବ ଭଳି ଜୀବନରକ୍ଷୀକାରୀ ଔଷଧକୁ ସୁବିନିଯୋଗ କରିବାକୁ ନୂଆ ଗାଇଡଲାଇନରେ କୁହାଯାଇଛି ।

Comments are closed.