କନକ ବ୍ୟୁରୋ: ଟ୍ରାନ୍ସଫର୍ମରରେ ନିଆଁ ଲାଗି ଜଳିଗଲା ଦୋକାନ ଘର । ରବିବାର ସକାଳୁ ସକାଳୁ ଟ୍ରାନ୍ସଫର୍ମରଟି ହୁତ ହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଛି । ଯାଜପୁର ପାଣିକୋଇଲି ଛକ ତାରିଣୀ ମନ୍ଦିର ନିକଟରେ ଥିବା ଏହି ଟ୍ରାନ୍ସଫର୍ମରରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିବା ବେଳେ ତାହା ନିକଟରେ ଥିବା ଦୋକାନ ଘରକୁ ବ୍ୟାପିଯାଇଥିଲା । ଦୋକାନ ଘରେ ଜିଳିଯାଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିି ନିଆଁକୁ ଆୟତ କରିଥିଲେ । ଓଭରଲୋଡିଂ ଯୋଗୁ ଏହି ଟ୍ରାନ୍ସଫର୍ମର ଜଳିଯାଇଥିବା ଜଣାପଡିଛି ।
ଟ୍ରାନ୍ସଫର୍ମର ଫାଟି ଜଳିଗଲା ଦୋକାନଘର । ସ୍ଥାନୀୟ ଲୋକେ ଆତଙ୍କିତ
/kanak/media/post_attachments/wp-content/uploads/2023/06/fire.jpg)