ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ଶେଷ ପରେ ସଂଧ୍ୟା ସୁଦ୍ଧା ଗଡି଼ବ ଟ୍ରେନ୍ : ସିପିଆରଓଙ୍କ ସୂଚନା
କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ୫୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସିଗ୍ନାଲ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୂର୍ବତଟ ରେଳପଥର ସିପିଆରଓ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ମରାମତି କାମ ଚାଲିଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ଶେଷ ହେବ ଏବଂ ସନ୍ଧ୍ୟା ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସିପିଆରଓ ସୂଚନା ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ଓଡିଶା ସୀମାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ହୋଇଛି । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ବିଜୟନଗରମ୍ ଜିଲ୍ଲା କାଂଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି । ଶନିବାର ସଂଧ୍ୟା ୭ଟା ସମୟରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଂଟକାପାଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା ପଲାସା-ବିଶାଖାପାଟଣା ପାସେଂଜର ଟ୍ରେନ୍ । ଠିକ୍ ଏହି ସମୟରେ ବିଶାଖାପାଟଣା-ରାୟଗଡ଼ା ପାସେଂଜର ଟ୍ରେନ ପଛ ପଟୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏନଡିଆରଏଫ୍ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଆହତଙ୍କୁ ବିଶାଖାପଟଣା ସ୍ଥିତ କିଙ୍ଗସ୍ ଜର୍ଜ ହସପିଟାଲ୍, ରେଳବାଇ ହସପିଟାଲ୍ ଓ ବିଜୟନଗରମ୍ର ଏକ ଘରୋଇ ହସପିଟାଲ୍ରେ ଭର୍ତ୍ତି କରାଯାଇଛି ।