କନକ ବ୍ୟୁରୋ: ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ସୋନୁଆ ଓ ଲୋଟାପାହାଡ଼ ସେକ୍ସନ ମଧ୍ୟରେ ରେଳ ଲାଇନ ଉଡାଇଲେ ମାଓବାଦୀ । ଏହାଦ୍ୱାରା ହାୱଡା-ମୁମ୍ବାଇ ମୁଖ୍ୟ ରେଳ ପଥରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଯୁଦ୍ଧକାଳୀନ ଭିତିରେ କ୍ଷତିଗ୍ରସ୍ତ ରେଳ ଟ୍ରାକ ମରାମତି ଜାରି ରହିଛି । ରେଳ ଟ୍ରାକରେ ଲଗାଯାଇଥିବା ବ୍ୟାନରରେ ମାଓ ନେତା କିଷାନ ଜୀ ଓ ପତ୍ନୀ ଶିଲା ମରାଣ୍ଡିଙ୍କ ଗିରଫଦାରୀ ପ୍ରତିବାଦରେ ମାଓବାଦୀ ବିସ୍ଫୋରଣ ଘଟାଇଥିବା ନେଇ ଉଲ୍ଲେଖ ରହିଛି । ଘଟଣା ସ୍ଥଳରେ ଝାଡ଼ଖଣ୍ଡ ପୋଲିସର ବରିଷ୍ଠ ଅଧିକାରୀ ଓ ଆରପିଏଫ ବାହିନୀ ପହଞ୍ଚି ତଦନ୍ତ ଜାରି ରଖିଛି ।
ରେଳଲାଇନ୍ ଉଡାଇଲେ ମାଓବାଦୀ । ହାୱଡା-ମୁମ୍ବାଇ ମୁଖ୍ୟ ରେଳପଥରେ ଚଳାଚଳ ପ୍ରଭାବିତ
/kanak/media/post_attachments/wp-content/uploads/2021/11/17-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)