ଅଦିନିଆ ଝଡ ଯୋଗୁଁ ରାୟଗଡାରେ ଅଟକିଲା ଟ୍ରେନ। ପାସେଞ୍ଜର ଟ୍ରେନ ଇଞ୍ଜିନ ଉପରେ ଉପୁଡି ପଡିଲା ତେନ୍ତୁଳି ଗଛ

Advertisment
ଅଦିନିଆ ଝଡ ଯୋଗୁଁ ରାୟଗଡାରେ ଅଟକିଲା ଟ୍ରେନ। ପାସେଞ୍ଜର ଟ୍ରେନ ଇଞ୍ଜିନ ଉପରେ ଉପୁଡି ପଡିଲା ତେନ୍ତୁଳି ଗଛ

କନକ ବ୍ୟୁରୋ: ଟ୍ରାକରେ ଟ୍ରେନ୍ ଅଟକାଇ ଦେଲା ଅଦିନିଆ ଝଡ । ଆଜି ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ହଠାତ୍ ଝଡତୋଫନ ହେବାରୁ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ ଅଟକି ଯାଇଥିଲା । ଟ୍ରେନ ଇଞ୍ଜିନ୍ ଉପରେ ତେନ୍ତୁଳି ଗଛ ପଡିଯିବାରୁ ରାୟଗଡା ଜିଲ୍ଲା ବିସିଙ୍ଗପୁର ରୋଡ୍ ଠାରେ ଟ୍ରେନଟି ଅଟକିଥିଲା । ତେବେ ଗଛ କଟା ହେବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।

ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ତାଣ୍ଡବ ରଚିଛି । ବିଷମକଟକରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଝଡତୋଫାନ ବେଳେ ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ବୁଡୁ କନ୍ଦପାଣିଙ୍କ ମୃତ୍ୟୁ ହୋଇଛି । ସେହିଭଳି ବର୍ଷା-ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗିପଡିଛି । ଲୋକଙ୍କ ଘର ଉପରୁ ଛପର ଉଡିଯାଇଛି । ଚାଟିକଣା, ମଣ୍ଡାପାଇ ଓ ବଡମଟକବାଗି ଗାଁରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଅଦିନିଆ ଝଡ ଯୋଗୁଁ ରାସ୍ତା ଓ ଗାଡି ଉପରେ ଗଛ ଭାଙ୍ଗିପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe