କନକ ବ୍ୟୁରୋ: ବିଜୟନଗରମରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୨୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍ । ପରୀକ୍ଷା ମୂଳକ ଭାବେ ଗୋଟିଏ ଟ୍ରାକରେ ଟ୍ରେନ୍ ଚଳାଚଳ ହୋଇଛି । ପ୍ରଥମେ ମାଲବୁହା ଟ୍ରେନ୍ ପରୀକ୍ଷା ମୂଳକ ଭାବେ ଚାଲିଥିଲା । ଏହା ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଆଲମଣ୍ଡା ଷ୍ଟେସନରୁ ଛାଡ଼ିଥିଲା ।

Advertisment

ଦୁର୍ଘଟଣା ପରେ ଜୋରଦାର ହୋଇଥିଲା ରେସ୍କ୍ୟୁ ଅପରେସନ । ଦୁର୍ଘଟଣାରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଟ୍ରେନର ଟ୍ରାକ ଉପରେ ପଡ଼ିଥିବା ବଗି ଏବଂ ଅନ୍ୟାନ୍ୟ ଜିନିଷ ସବୁ ହଟାଯାଇଥିଲା । ଗତକାଲି ଘଟିଥିବା ଏହି ଦୁର୍ଘଟଣା ପାଇଁ ଆଜି ୪୫ଟି ଟ୍ରେନ ବାତିଲ ହୋଇଥିଲା । ୪୧ଟି ଟ୍ରେନ ଆଂଶିକ ବାତିଲ ଓ ଗତିପଥ ପରିବର୍ତନ ହୋଇଥିଲା । ୪ଟି ଟ୍ରେନ ରିସିଡ୍ୟୁଲ ହୋଇଥିଲା । ଏବେ ଟ୍ରେନ୍ ଟ୍ରାକ୍ କାମ ଶେଷ ହେବା ପରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ କରିଛି । କିଛି ସମୟ ପରେ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ ।