ରାୟଗଡ଼ାରେ ଟ୍ରାଏଲ ରନ୍ ବେଳେ ଅଘଟଣ । ଟ୍ରେନ ମାଡ଼ିଯିବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ

474

କନକ ବ୍ୟୁରୋ : ଟ୍ରେନର ଟ୍ରାଏଲ ରନ୍ ବେଳେ ମାଡିଗଲା ଟ୍ରେନ୍ । ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା । ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରେଳ ନିରାପତା କମିଶନର ବ୍ରିଜେଶ କୁମାର ଲାଇନ୍ ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ଅଘଟଣ ଘଟିଥିବା ସୂଚନା ମିଳିଛି ।

ରେଳ ଚଳାଚଳକୁ ସୁଗମ କରିବା ପାଇଁ ରାୟଗଡ଼ାରୁ ସିଙ୍ଗପୁର ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ୍ କାମ ଚାଲିଛି । ରାତିରେ ଏହି ଲାଇନର ରାୟଗଡ଼-ଜେକେପୁର ମଧ୍ୟରେ ଟ୍ରାଏଲ ରନ୍ କରାଯାଉଥିଲା । ଟ୍ରାକରେ କିଛି ଲୋକ ବସିଥିଲେ କିମ୍ବା କାମ କରିବା ସମୟରେ ଟ୍ରେନ୍ ମାଡି ଯାଇଥିଲା ବୋଲି କୁହାଯାଉଛି । ମୃତକ ଚାନ୍ଦିଲି ଥାନା ଦେବଦଳା ଗାଁର ବୋଲି ଜଣାପଡ଼ିଛି । ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି ।