ବିନା ଡ୍ରାଇଭରରେ ୮୪ କିଲୋମିଟର ଚାଲିଲା ଟ୍ରେନ: ରେଲୱେ ଅଧିକାରୀଙ୍କ ମଧ୍ୟରେ ହଇଚଇ, ଦିଆଗଲା ଯାଞ୍ଚ ନିର୍ଦ୍ଦେଶ

1,817

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରର କାଠୁଆ ରେଲୱେ ଷ୍ଟେସନରେ ଠିଆ ହୋଇଥିବା ଏକ ମାଲବାହୀ ଗାଡି ଅଚାନକ ପଠାନକୋଟ ଆଡକୁ ଚାଲିଥିଲା । ଗଡାଣିଆ ଟ୍ରାକ ଯୋଗୁଁ ବିନା ଡ୍ରାଇଭରରେ ଟ୍ରେନଟି ଗଡିବାକୁ ଲାଗିଥିଲା । ପରେ ବିନା ଡ୍ରାଇଭରରେ ଟ୍ରେନଟି ପ୍ରାୟ ୮୪ କିଲୋମିଟର ଯାଏଁ ଗଡି ଚାଲିଥିଲା । ଏହି ଘଟଣା ପରେ ରେଲୱେ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ପରେ ଟ୍ରେନଟି ପଞ୍ଜାବର ମୁକେରିୟାର ଉଚ୍ଚା ବସ୍ତି ପାଖରେ ଅଟକି ଯାଇଥିଲା । ଜାମ୍ମୁର ଡିଭିଜନାଲ ଟ୍ରାଫିକ ମ୍ୟାନେଜରଙ୍କ କହିବା ମୁତାବକ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି । ଏହି ଘଟଣା ରବିବାର ସକାଳ ୭ଟା ୧୦ ମିନିଟରେ ହୋଇଥିଲା । ଯେତେବେଳେ ଡ୍ରାଇଭର ମାଲଗାଡି ସଂଖ୍ୟା ୧୪୮୦୬ଆରକୁ ଅଟକାଇ ଚା ପିଇବାକୁ ଯାଇଥିଲେ । ପରେ ଟ୍ରେନଟି ହଠାତ ଗଡିଚାଲିଥିଲା ।