ରିଲିଜ୍ ହେଲା ହିନ୍ଦୀ କମେଡି ଫିଲ୍ମ ‘ହମ୍ ଦୋ ହମାରେ ଦୋ’ର ଟ୍ରେଲର: ଦେଖିବାକୁ ମିଳିଲା ରତ୍ନା ପାଠକ ଓ ପରେଶ ରାୱଲଙ୍କ ମଜାଦାର କମେଡି

113

କନକ ବ୍ୟୁରୋ: ଚର୍ଚ୍ଚା ସାଉଁଟୁଛି ଅପକମିଂ ବଲିଉଡ ଫିଲ୍ମ ହମ ଦୋ ହମାରେ ଦୋ । ଫିଲ୍ମର ପ୍ରଥମ ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ କ୍ରିତି ସାନନ ଓ ରାଜ କୁମାର ରାଓଙ୍କ ଅଭିନୟ ଦେଖିବାକୁ ମିଳିବ । ମଜାଳିଆ କାହାଣୀରେ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଛି ହମ ଦୋ ହମାରେ ଦୋ ।

କ୍ରିତି ଓ ରାଜକୁମାରଙ୍କ ବ୍ୟତିତି ରତ୍ନା ପାଠକ ଓ ପରେଶ ରାୱଲଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ପ୍ରତ୍ୟେକ ଚରିତ୍ରର କିଛି କିଛି ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି । ଅକ୍ଟୋବର ୨୯ରେ ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ ହମ ଦୋ ହମାରେ ଦୋ । ବରେଲୀ କି ବର୍ଫି ପରେ ୨ୟ ଥର ପାଇଁ କ୍ରିତି ଓ ରାଜକୁମାର ପୁଣି ଏକାଠି ପରଦାରେ ନଜର ଆସିବେ ।