କନକ ବ୍ୟୁରୋ: ସୁନ୍ଦରଗଡ଼ର ଇବ୍ ବ୍ରିଜ୍ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟ୍ରଲର । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଅଛନ୍ତି । ଗୋଟିଏ ପରିବାର ସ୍ୱାମୀ ସ୍ତ୍ରୀ ଓ କୁନି ପିଲାଟିଏ ଗୋଟିଏ ବାଇକରେ ଯାଉଥିବା ବେଳେ ଟ୍ରଲର ଧକ୍କା ଦେଇଥିଲା । ଫଳରେ ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେପଟେ କୁନି ଝିଅ ଓ ମା’ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରଲରଟି ଫେରାର ହୋଇଯାଇଛି ।