ବାପାଙ୍କୁ ଖୋଜୁଛି ପୁଅ । ସାମନାକୁ ଆସିଲା ଭୁବନେଶ୍ୱର ପେଟ୍ରୋଲ ପମ୍ପ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରର ଦୁଃଖଦ ଚିତ୍ର । ବାପାଙ୍କୁ ମନେ ପକାଇ ମୋବାଇଲରେ ମେସେଜ ଦେଉଛି କୁନି ପୁଅ । ଅଫେରା ଦୁନିଆରୁ ବାପାଙ୍କ ଫେରିବା ବାଟକୁ କରିଛି ଅପେକ୍ଷା ।

243

କନକ ବ୍ୟୁରୋ : ବାପାକୁ ଖୋଜୁଛି ପୁଅ । ହେଲେ ବାପା ଏଭଳି ଏକ ଦୁନିଆକୁ ଚାଲି ଯାଇଛନ୍ତି, ଯେଉଁଠୁ କିଏ କେବେ ଫେରି ନାହାଁନ୍ତି । ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ସଦାନନ୍ଦ ନାୟକଙ୍କର ୮ ବର୍ଷର ପୁଅ ଏବେ ବାପାଙ୍କୁ ଖୋଜୁଛି । କୁନି ପୁଅ ବାପାଙ୍କୁ ଫୋନ୍ କରୁଛି, ହେଲେ ଫୋନ୍ ସୁଇଚ୍ଅଫ୍ । ହ୍ୱାର୍ଟ୍ସ ଆପ୍ରେ ମେସେଜ୍ କରୁଛି, ହେଲେ ବାପା ମେସେଜ୍ ଦେଖୁ ନାହାଁନ୍ତି ।

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ଗଞ୍ଜାମ ଆସିକା ଅଞ୍ଚଳର ସଦାନନ୍ଦ ନାୟକ । ହେଲେ ସଦାନନ୍ଦଙ୍କ ମୃତ ଶରୀରକୁ ପାଇନଥିଲେ ପରିବାର ଲୋକ । ଭୁବନେଶ୍ୱର ଆସି ଖୋଜିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଶେଷରେ ପାଳରେ ତାଙ୍କ ପ୍ରତିକାତ୍ମକ ଶବ କରି ଶେଷକୃତ କରିଥିଲେ ପରିବାର ଲୋକ ।

ଅକ୍ଟୋବର ୭ ତାରିଖରେ ରାଜଧନୀ ଭୁବନେଶ୍ୱର ରାଜଭବନ ନିକଟ ପଟ୍ରୋଲ ପମ୍ପରେ ଘଟିଥିଲା ଅଘଟଣ । ଗ୍ୟାସ ଟାଙ୍କିରେ ହାଇଡ୍ରୋଲିକ ପ୍ରେସର ଚେକ କରାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହାର ପ୍ରକୃତ କାରଣ ଏବେ ଯାଏଁ ସାମ୍ନାକୁ ଆସଲିନାହିଁ ।