କନକ ବ୍ୟୁରୋ : ଆପଣ କେବେ ଟ୍ରାଫିକରେ ଧରାପଡିଛନ୍ତି କି? ଟ୍ରାଫିକରେ ଧରାପଡିବା ବେଳେ କେବେ ଟ୍ରାଫିକ୍ ପୋଲିସ ଆପଣଙ୍କ ଗାଡି ଚାବି ଛଡାଇ ନେଇଛନ୍ତି କି? ଗାଳିଗୁଲଜ କରିବା ସହ ଅସଭ୍ୟ ବ୍ୟବହାର କରିଛନ୍ତି କି? ଯଦି ଏହିଭଳି ଘଟଣା ଆପଣ ସହ ଘଟିସାରିଛି ଆଉ ଯଦି ଆଗକୁ ଏଭଳି ଘଟଣା ନଘଟୁ ବୋଲି ଚାହୁଁଛନ୍ତି ତେବେ ଏହି ଖବରକୁ ଭଲ ଭାବେ ଜାଣିବା ନିହାତି ଆବଶ୍ୟକ । ନିୟମ କହୁଛି ଗାଡିରୁ ଚାବି ଛଡାଇ ପାରିବେନି କୌଣସି ବି ଟ୍ରାଫିକ୍ ପୋଲିସ ଅଧିକାରୀ । ଯଦି ଗାଡିରୁ ଚାବି ଛଡାଉଛନ୍ତି ତେବେ ଟ୍ରାଫିକ ପୋଲିସକୁ ଟ୍ରାଫିକ୍ ନିୟମର ପାଠ ପଢାଇପାରିବେ ଚାଳକ । ଆସନ୍ତୁ ଜାଣିବା କଣ କହୁଛି ‘ମୋଟର ସାଇକେଲ ଆକ୍ଟ ୨୦୧୯’
‘ମୋଟର ସାଇକେଲ ଆକ୍ଟ ୨୦୧୯’ ଅନୁଯାୟୀ, ଗାଡିରୁ ଚାବି ଛଡାଇ ନେବାର ଅଧିକାର ଟ୍ରାଫିକ୍ ପୋଲିସ ପାଖରେ ନାହିଁ । ସେ ଯେତେ ସିନିୟର ଅଫିସର ହୁଅନ୍ତୁ ନା କାହିଁକି, ଚାଳକଙ୍କ ଗାଡିରୁ ଚାବି ଛଡାଇପାରିବେନି କିମ୍ବା ଗାଡି ଟାୟାରରୁ ପ୍ରେସର ବାହାର କରିପାରିବେ ନାହିଁ । କେବଳ ଏତିକି ନୁହେଁ ‘ମୋଟର ସାଇକେଲ ଆକ୍ଟ ୨୦୧୯’ ଅନୁଯାୟୀ, ଗାଡି ଚାଳକଙ୍କୁ ଗାଳିଗୁଲଜ କି ଅସଭ୍ୟ ବ୍ୟବହାର କରିପାରିବେନି କୌଣସି ଟ୍ରାଫିକ୍ ଅଧିକାରୀ । ଯଦି ଆପଣଙ୍କ ସହ ଏପରି ଘଟଣା ଘଟେ ତାହେଲେ କଣ କରିବେ ଆସନ୍ତୁ ଜାଣିବା...
ପ୍ରଥମେ ଆପଣ ପ୍ରମାଣ ପାଇଁ ଏକ ଭିଡିଓ ସୁଟ୍ କରି ନିକଟରେ ଥିବା ପୋଲିସ ଷ୍ଟେସନ୍ କିମ୍ବା ତାଙ୍କର ସିନିୟର ଅଫିସରଙ୍କ ପାଖରେ ଅଭିଯୋଗ କରିପାରିବେ । ଯଦି ଅଭିଯୋଗ କରିବା ପରେ ପୋଲିସ କିମ୍ବା ସିନିୟର ଅଧିକାରୀ ଆପଣଙ୍କ କଥା ଶୁଣୁନାହାନ୍ତି ଏବଂ ଚାବି ଛଡାଇଥିବା ଟ୍ରାଫିକ ପୋଲିସର ପକ୍ଷ ନେଉଛନ୍ତି । ସେହିଭଳି ସ୍ଥାନରେ ଏହି ମାମଲାକୁ ହାଇକୋର୍ଟ ଯାଏଁ ନେଇପାରିବେ ଗାଡି ମାଲିକ । ଯଦି ଗାଡି ଚାଳକ ଜଣକ ଗରୀବ ସୀମାରେଖା ତଳେ ଆସୁଥାନ୍ତି କିମ୍ବା ତାଙ୍କ ପାଖରେ ବିପିଏଲ କାର୍ଡ ରହିଛି ତାହେଲେ ତାଙ୍କୁ ଓକିଲ ମାଗଣାରେ ପରାମର୍ଶ ଦେଇପାରିବେ । ଏବଂ ହାଇକୋର୍ଟ ସେହି ଟ୍ରାଫିକ ପୋଲିସ ଓ ତାଙ୍କ ସିନିୟର ଅଫିସରଙ୍କୁ ନେଇ ବିଚାର କରିବେ ।
ତେବେ ଏଠାରେ ଆମେ କହିରଖୁଛୁ କି, ଟ୍ରାଫିକ୍ ପୋଲିସ କେବଳ ହାତ ଦେଖାଇ ଗାଡି ରୋକିପାରିବେ କିନ୍ତୁ ଆପଣଙ୍କୁ ହାତ ଲଗାଇପାରିବେ ନାହିଁ । ଯଦି ଟ୍ରାଫିକ୍ ନିୟମକୁ କୌଣସି ଚାଳକ ଉଲଂଘନ କରେ ତାହେଲେ ଉକ୍ତ ଚାଳକଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଇପାରିବ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/44-3.jpg)