ଟ୍ରାକ୍ଟର ଚଲାଇଲେ,ଲକ୍ଷ୍ମୀମାତାଙ୍କୁ ପୂଜା କଲେ : ଜମିରେ ୨୦ ମିନିଟ ଟ୍ରାକ୍ଟର ଚଲାଇଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହ୍ୱାନ

130

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ବି ଆସିଛି ଏଭଳି ଏକ ଚିତ୍ର । ଯେଉଁଠି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚାଷ କରୁଛନ୍ତି । ନିଜେ ଟ୍ରାକ୍ଟର ଚଢ଼ି ବିଲରେ ଚାଷ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ ଉପ ନିର୍ବାଚନରେ ଶିବରାଂଜ ସିଂ ସରକାରକୁ ମିଳିଛି ବଡ଼ ସଫଳତା । ଉପନିର୍ବାଚନରେ ବିଜୟ ପରେ ଶିବରାଜ ସିଂ ଚୌହ୍ୱାନଙ୍କୁ ଏପରି ଅନ୍ଦାଜରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡ଼ିଆରେ ଶିବରାଜ ସିଂଙ୍କ ଚାଷୀ ଅବତାର ଭିଡିଓ ଏବେ ଭାଇରାଲ ହୋଇଛି । ଭିଡ଼ିଓରେ ଶିବରାଜ ସିଂ ଚୌହ୍ୱାନ କ୍ଷେତରେ ଟ୍ରାକ୍ଟର ଚଳାଉଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଶିବରାଜ ସିଂଙ୍କ ସହିତ ପୁଅ କାର୍ତିକେୟ ମଧ୍ୟ ଉପସ୍ଥିତ ଥିଲେ । ଶୁକ୍ରବାର ପୁଅ କାର୍ତିକେୟଙ୍କ ସହ ବିଦିଶାରେ ପହଂଚି ୨୦ ମିନିଟ ପର୍ଯ୍ୟନ୍ତ ବିଲରେ ଟ୍ରାକ୍ଟର ଚଳାଇଥିଲେ ଶିବରାଜ ସିଂ ।