ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ପୁଣି ଏକାଥରେ ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ । ଏଯାଏଁ ସୁସ୍ଥ ହେଲେଣି ୧୭୧୬ ଜଣ ଆକ୍ରାନ୍ତ

Advertisment
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ପୁଣି ଏକାଥରେ ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ । ଏଯାଏଁ ସୁସ୍ଥ ହେଲେଣି ୧୭୧୬ ଜଣ ଆକ୍ରାନ୍ତ

କନକ ବ୍ୟୁରୋ: ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ସୁସ୍ଥ ସଂଖ୍ୟା ମଧ୍ୟ ଅନୁରୁପ ଭାବେ ବଢିବାରେ ଲାଗିଛିା ଆଜି ସକାଳ ରାଜ୍ୟର ୧୪ଟି ଜିଲ୍ଲାରେ ସର୍ବାଧିକ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ୧୪ ଜିଲ୍ଲାରେ ୧୧୨ ଜଣ  କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡରୁ ୧୦, ଜଗତସିଂହପୁରରୁ ୮, ଗଂଜାମରୁ ୭, ଖୋର୍ଧାରୁ ୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି କଟକ ଏବଂ ସୋନପୁରରୁ ୫ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର, ପୁରୀ ଏବଂ ସମ୍ବଲପୁରରୁ ୩ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ନୟାଗଡରୁ ୨ ଜଣ ଏବଂ ମୟୂରଭଂଜରୁ ଜଣେ ଆକ୍ରାନ୍ତ କୋଭିଡ-୧୯ ଭୁତାଣୁକୁ ମାତ୍ ଦେଇଛନ୍ତି । ତେବେ ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୭୧୬କୁ ବୃଦ୍ଧି ପାଇଛି ।

ଆଜି ସକାଳେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୭୩ କରୋନା ପଜିଟିଭ୍ । ଯାହାକି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ । ଏହି ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୬୪, ଯାଜପୁରରୁ ୧୯, କଟକ ଓ ମୟୂରଭଂଜରୁ ୧୩ ଜଣ ଲେଖାଏଁ, ବଲାଙ୍ଗିର ଓ ବାଲେଶ୍ୱରରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଗଜପତିରୁ ୧୦, ଖୋର୍ଧାରୁ ୯ , ନୟାଗଡ ୭, ଭଦ୍ରକ ୪, ନୂଆପଡା ୮, ପୁରୀ ୧, କଳାହାଣ୍ଡି ୨, ଝାରସୁଗୁଡାରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଏହି ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଂଟିନ ସେଂଟରରୁ , ୨୩ ଜଣ ସ୍ଥାନୀୟ ଅଂଚଳର । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୭ ଶହ ୮୧କୁ ବୃଦ୍ଧି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe