ଦୁର୍ଗମ ଅଂଚଳର ଟପ୍ପର ଝିଅ : ମାଟ୍ରିକ ପରୀକ୍ଷାରେ ଗୁଇବନ୍ଧାର ଚାଷୀ ଝିଅ ମୀନାକ୍ଷୀ ହେଲେ କନ୍ଧମାଳ ଟପ୍ପର, ୬ ଶହରୁ ରଖିଛନ୍ତି ୫୫୬ ନମ୍ବର; ବିଭିନ୍ନ ମହଲରୁ ଶୁଭେଚ୍ଛା

817

କନକ ବ୍ୟୁରୋ : ଦୁର୍ଗମ ଅଂଚଳର ଟପ୍ପର ଝିଅ । ମାଟ୍ରିକ ପରୀକ୍ଷାରେ କନ୍ଧମାଳର ଗୁଇବନ୍ଧାର ଚାଷୀ ଝିଅ ମୀନାକ୍ଷୀ ମଲିକ୍ ହୋଇଛନ୍ତି ଜିଲ୍ଲାର ଟପ୍ପର । ମୋଟ୍ ୬ ଶହ ନଂବରରୁ ସେ ରଖିଛନ୍ତି ୫୫୬ ନମ୍ବର । ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟୁଛି । ସରକାରୀ ବିଳାକା ବିଦ୍ୟାଳୟ ଜଳେଶ ପେଟ୍ଟାରେ ସେ ପଢୁଥିଲେ । ଆଗକୁ ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ମୀନାକ୍ଷୀଙ୍କ ଏହି ସଫଳତା ପରେ ଜିଲ୍ଲାପାଳ ମଧ୍ୟ ଜଣାଇଛନ୍ତି ଶୁଭେଛ।। କନ୍ଧମାଳ ଜିଲ୍ଲା ଏଥର ମାଟ୍ରିକ ପରୀକ୍ଷାରେ ୮୩.୩୨ ପ୍ରତିଶତ ପାସ୍ ହାର ସହିତ ରାଜ୍ୟରେ ପାସ୍ ହାରରେ ପଂଚମ ସ୍ଥାନରେ ରହିଛି ।