କନକ ବ୍ୟୁରୋ: ବେଶ କିଛି ଦିନ ଧରି ଦରକୁ ନେଇ ଗ୍ରହାକଙ୍କ ଡରାଇଲା ଲାଲ୍ ବିଲାତି, ଏବେ କନ୍ଦାଉଛି ପିଆଜ । ଗରିବର ହାଣ୍ଡିଶାଳ ଉପରେ ଭାରି ହେବାକୁ ବସିଲାଣି ପିଆଜ । ଗରିବ ଖଟିଖିଆ ଲୋକଟିଏ ପିଆଜ ଟିକିଏ ଲଗାଇ ପଖାଳ ଗଣ୍ଡାଏ ଖାଇଥାଏ । ହେଲେ ଏବ ସେତକ ବି ମିଳିବା କଷ୍ଟକର ହୋଇଯିବ । କାରଣ ସମ୍ବଲପୁରରେ ହୁ ହୁ ହୋଇ ବଢୁଛି ପିଆଜ ଦର । ଟମାଟୋ ଦର ୫୦ରୁ ୬୦ ଟଙ୍କା ରହିଛି । ହେଲେ ୧୦ ଦିନ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି ।

Advertisment

୧୦ ଦିନରେ ୨ ଗୁଣା ହୋଇଛି ପିଆଜ ଦର । ଫଳରେ ଖାଉଟି ଚିନ୍ତାରେ ପଡିଯାଇଛନ୍ତି । ରୋଷେଇରେ ପିଆଜ ନିହାତି ଦରକାର ପଡିଥାଏ । ହେଲେ ଦର ବଢିଲେ, ଲୋକେ କେମିତି କଣ ଖାଇବେ ତାକୁ ନେଇ ଚିନ୍ତାରେ ପଡିଥିବା ବେଳେ ବ୍ୟବସାୟୀ କହୁଛନ୍ତି, ଚାହିଦା ମୁତାବକ ମାଲ୍ ନଆସିବାରୁ ଦର ବୃଦ୍ଧି ହେଉଛି । ପିଆଜ ଦର ବଢିଲେ, ବେପାର କମିଯାଉଛି ।
ତେବେ ଦର ବୃଦ୍ଧି ଶୀର୍ଘସ୍ତରରେ ପହଂଚିବା ପ୍ରଶାସନ ଦର ନିୟନ୍ତ୍ରଣ ନକଲେ. ଟମଟୋ ସ୍ଥିତି ସୃଷ୍ଟି କରିପାରେ ପିଆଜ ।