ଶ୍ରାବଣରେ ଆକାଶ ଛୁଆଁ ଟମାଟୋ ଦର ;  ୧୦୦ ଟଙ୍କା ପାର ହୋଇଛି ମୂଲ୍ୟ 

Advertisment
ଶ୍ରାବଣରେ ଆକାଶ ଛୁଆଁ ଟମାଟୋ ଦର ;  ୧୦୦ ଟଙ୍କା ପାର ହୋଇଛି ମୂଲ୍ୟ 

କନକ ବ୍ୟୁରୋ: ଶ୍ରାବଣ ମାସରେ ଚିନ୍ତା ବଢ଼ାଇଛି ଟମାଟୋ । ପରିବା ବଜାରରେ ଟମାଟୋ ନଥିବା ବେଳେ ଏହାର ଦର ମଧ୍ୟ ଆକାଶ ଛୁଆଁ ରହିଛି । ଯେଉଁ କିଛି ବେପାରୀ ଟମାଟୋ ରଖିଛନ୍ତି ସେମାନେ ତାହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଦର ୧୦୦ ଟଙ୍କା ଅତିକ୍ରମ କରିଥିବାରୁ ଟମାଟୋ କିଣିବାକୁ ସାଧାରଣ ଖାଉଟିଙ୍କ ହାତ ଯାଉନାହିଁ । ଭୁବନେଶ୍ୱର ଏକ ନମ୍ୱର ପରିବା ହାଟରେ ଟମାଟୋ ଦର ଶହେ ଟଙ୍କାରେ ପହଞ୍ଚିଛି । ସେହିଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହରର ଏହି ଦର ୮୦ରୁ ୯୦ ଟଙ୍କା ରହିଛି ।

ଗୋଦାମକୁ ଟମାଟୋ ଆସିପାରୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ବ୍ୟବସାୟୀ । ଆଳୁ, ପିଆଜ ଭଳି ଟମାଟୋ ବି ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଟମାଟୋ ପାଇଁ ଓଡ଼ିଶା ମୁଖ୍ୟତଃ ବାଙ୍ଗାଲୋର ଉପରେ ନିର୍ଭରଶୀଳ । ସେଠାରେ ଏହା କେଜି ପ୍ରତି ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ତେଣୁ ୧,୮୦୦ କିଲୋମିଟ ବାଟ ଅତିକ୍ରମ କରି ଓଡ଼ିଶା ଆସିବା ବେଳକୁ ତାର ଦର ୨୫୦ରୁ ୩୦୦ ଟଙ୍କା ହୋଇଯିବ। ଏତେ ଟଙ୍କାରେ ରାଜଧାନୀ ଗ୍ରାହକ ଟମାଟୋ କିଣିବେ ନାହିଁ। ତେଣୁ ବ୍ୟବସାୟୀମାନେ ବେଙ୍ଗାଳୁରୁରୁ ଟମାଟୋ ଆଣୁ ନଥିବା କହିଛି କଞ୍ଚା ପରିବା ବ୍ୟବସାୟୀ ସଂଘ । ଶ୍ରାବଣ ମାସରେ ଟମାଟୋ ଦର ଏତେ ବଢିବା ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe