କନକ ବ୍ୟୁରୋ : ପୁଣି ସୋର ବିଧାୟକଙ୍କ ଦାଦାଗିରି । ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମଣାଣିକଙ୍କୁ ବର୍ତ୍ତମାନର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ଠେଲାପେଲା କରିଥିବା ଅଭିଯୋଗ  । ଏହା ସହ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଲଗାଇ ଧକା ମାରି ବାହାର କରିବାକୁ ନିର୍ଦ୍ଦେଶ ଦେବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସୋର ଅନନ୍ତପୁର ପାଟିମୁଣ୍ଡା ଅଂଚଳରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ବିଧାୟକଙ୍କୁ ଅଟକାଇଥିଲେ ସୁରେନ୍ଦ୍ର ପରମାଣିକ ।

Advertisment

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ଆସୁଥିବା ଅର୍ଥ କାହିଁକି ସ୍ଥାନାନ୍ତର କରାଗଲା ବୋଲି ପ୍ରଶ୍ନ କରିଥିଲେ । ଏହାର ଉତରରେ ଏପରି ପ୍ରଶ୍ନ ପଚାରିବାକୁ ତୁମେ କିଏ ବୋଲି ପାଲଟା ପ୍ରଶ୍ନ କରିଥିଲେ । ଏହା ପରେ ବିଧାୟକ ପଳାଇ ଯାଉଥିବା ବେଳେ ତାଙ୍କ ଗାଡି ଆଗକୁ ଚାଲି ଆସିଥିଲେ ସୁରେନ୍ଦ୍ର ପରମାଣିକ । ଜଣେ ବିଜେଡି କର୍ମୀ ଓ ବିଧାୟକଙ୍କ ସୁରକ୍ଷାକର୍ମୀ ପୂର୍ବତନ ବିଧାୟକଙ୍କୁ ଟାଣି ବାହାର କରିଦେଇଥିବା ଭିଡିଓ ଭାଇରାଲ ହେଉଛି ।