ପାକିସ୍ତାନ ଗୃହମନ୍ତ୍ରୀଙ୍କ ବୟାନ: କହିଲେ, ସମୟ ଆସିବ ପୂରା ଦୁନିଆର କ୍ରିକେଟ ଟିମ ପାକିସ୍ତାନ ଆସିବ ଖେଳିବାକୁ

484

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ପାକିସ୍ତାନ ଗସ୍ତ ରଦ୍ଦ କରିବା ପରେ ଏବେ ପାକିସ୍ତାନ ଚିନ୍ତାରେ ରହିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ପିସିବି ଅଧ୍ୟକ୍ଷ ରମିଜ ରାଜା ପ୍ରତିକ୍ରିୟା ରଖି ସାରିଛନ୍ତି । ଏବେ ପୁଣି ପାକିସ୍ତାନ ଗୃହମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଆଉ କହିଛନ୍ତି, ସମୟ ଆସିବ ପୂରା ଦୁନିଆର କ୍ରିକେଟ ଟିମ ପାକିସ୍ତାନ ଆସିବ କ୍ରିକେଟ ଖେଳିବାକୁ ।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁଦିନ ନ୍ୟୁଜିଲାଣ୍ଡ ପାକିସ୍ତାନ ଗସ୍ତ ବାତିଲ କରିଥିଲା । ମତେ ସେବେ ଲାଗିଥିଲା ଇଂଲଣ୍ଡ ମଧ୍ୟ ଗସ୍ତ ବାତିଲ କରିବ । ଆଉ ଏହାର ୩ ଦିନ ପରେ ସେପରି ହିଁ ହୋଇଥିଲା । ଆମେ ଏବେ ଏହି ମୁଦ୍ଦା ବନ୍ଦ କରିସାରିଛୁ କାରଣ ଆମ ପାଖରେ ଏହାଛଡା ଆହୁରି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ରହିଛି ।

ପୂର୍ବରୁ ପ୍ରତିକ୍ରିୟା ରଖି ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରସିଦ କହିଛନ୍ତି, ନ୍ୟୁଜିଲାଣ୍ଡର ସେନା ଏତେ ନାହାନ୍ତି ଯେତେ ସେନା ଆମେ ତାଙ୍କ ସୁରକ୍ଷା ପାଇଁ ଲଗେଇଥିଲୁ ।

ତେବେ ପାକିସ୍ତାନ ନିଜର ଏହି ଅସଫଳତାର ଦୋଷ ଭାରତ ଉପରେ ଲଦିଛି । ପାକିସ୍ତାନ ସୂଚନା ମନ୍ତ୍ରୀ ପ୍ରେସ କନଫରେନ୍ସ ଜରିଆରେ ଏନେଇ ଭାରତକୁ ଦୋଷ ଦେଇଛନ୍ତି । ସେ ଅଭିଯୋଗ କରି କହିଛନ୍ତି, ଓମ ପ୍ରକାଶ ମିଶ୍ରା ନାମକ ଏକ ଫେକ ଆଇଡିରୁ ମାର୍ଟିନ ଗପ୍ଟିଲଙ୍କ ପତ୍ନୀକୁ ଏକ ଧମକପୂର୍ଣ୍ଣ ମେସେଜ କରାଯାଇଥିଲା । ଯେଉଁଥିପାଇଁ ପାକିସ୍ତାନ ଗସ୍ତ ବାତିଲ କରିଥିଲା ।