କନକ ବ୍ୟୁରୋ: ପାହାଡ଼ ଉପରେ ବାଘ । ନୂଆପଡା କୁକୁଡାତାଲ ଓ ଆମାନାର ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ଦୁଇ ଦିନ ହେଲା ଏକ କଲରାପତରିଆ ବାଘ ବୁଲୁଛି । ବାଘଟି ପାହାଡରେ ବୁଲୁଥିବା ନଜରରେ ଆସିଛି । ଗାଁ ପିଲାମାନେ କ୍ୟାମେରାରେ ବାଘର ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ବାଘ ବୁଲୁଥିବା ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଘରୁ ବାହାରିବାକୁ ଡରୁଥିବା ବେଳେ ସନ୍ଧ୍ୟା ହେଲେ ଘରେ କବାଟ ପଡିଯାଉଛି ।
ପାହାଡ଼ ଉପରେ ବାଘ । ନୂଆପଡାରେ କୋକୁଆ ଭୟ ।
/kanak/media/post_attachments/wp-content/uploads/2023/12/10.jpg)