କଟିଲା ବିଧାୟକ ସମୀର ଦାଶଙ୍କ ଟିକେଟ୍ । ଦିଲ୍ଲୀପ ନାୟକଙ୍କ ଉପରେ ଭରସା କଲା ଦଳ

798

କନକ ବ୍ୟୁରୋ: ସମୀର ଦାଶ, ୩-୩ ଥରର ବିଧାୟକ । ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା । ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ହେଲେ କିଛି ଭାବିବା ଆଗରୁ ଅତର୍କିତ ଭାବେ ଟିକେଟ୍ କାଟି ଦେଇଛନ୍ତି ବିଜେଡି ସୁପ୍ରିମୋ । ୧୫ ଦିନ ପୂର୍ବରୁ ବିଜେପିରୁ ଟିକେଟ୍ ନପାଇ ଅସନ୍ତୁଷ୍ଟ ଥିବା ନେତାଙ୍କୁ ଟିକେଟ୍ ଦେଇ ସନ୍ତୁଷ୍ଟ କରିଛି ବିଜେଡି । ହେଲେ ବିଜେଡିର ଆଗ ଧାଡ଼ିର ନେତା, ଟାଣୁଆ ସଙ୍ଗଠକଙ୍କ କାହିଁକି ଟିକେଟ୍ କଟିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କାହିଁକି କଟିଲା ଟିକେଟ୍ ?

  • ଦଳୀୟ ସର୍ଭେ ସମୀର ଦାସଙ୍କ ସପକ୍ଷରେ ଆସିନଥିଲା
  • କିଛି ଦିନ ପୂର୍ବରୁ ବିଜେଡି ନେତା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇଥିିଲେ
  • ୧୧ ନମ୍ବର ଜିଲ୍ଳା ପରିଷଦ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପରାଜିତ ହୋଇଥିଲେ
  • ସମୀର ଦାଶଙ୍କ ନାଁରେ ଜଣେ ମହିଳା ନେତ୍ରୀ ଅଭିଯୋଗ ଆଣିଥିଲେ

ଆଉ ଏହି ସବୁ ଅଭିଯୋଗ ଭିତରେ ନିମାପଡ଼ା ଆସନରେ ସମୀର ଦାଶଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ସୁଯୋଗ ଦେଇଛି ବିଜୁ ଜନତା ଦଳ । କିନ୍ତୁ କାହିଁକି ଟିକେଟ୍ କଟିଲା ଏବଂ ଆଗାମୀ ଦିନରେ ତାଙ୍କର କ’ଣ ଆଭିମୁଖ୍ୟ ରହିବ ସେ ନେଇ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକ କହିଛନ୍ତି, ସମୀରଙ୍କ ସହଯୋଗ ଲୋଡ଼ିବି ।

ସେପଟେ କୁଚିଣ୍ଡାର ବିଧାୟକ କିଶୋର ନାୟକଙ୍କ ମଧ୍ୟ ଟିକେଟ୍ କାଟିଛି ବିଜେଡି । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ରବି ନାୟକଙ୍କୁ ପରାସ୍ତ କରି ବିଧାନସଭାକୁ ଆସିଥିଲେ । ତେବେ ଏଥର ତାଙ୍କ ସ୍ଥାନରେ ରାଜେନ୍ଦ୍ର ଛତ୍ର୍ରିଆଙ୍କୁ ବିଜେଡି ସୁଯୋଗ ଦେଇଛି ।