ଯାଜପୁରରେ ନିର୍ବାଚନୀ ହିଂସା: ଭୋଟ ବାକ୍ସ ପୋଖରୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ, ସେପଟେ ବୁଥ ରିଗିଂକୁ ନେଇ ରାସ୍ତାରୋକ କଲେ ଲୋକେ 

Advertisment
ଯାଜପୁରରେ ନିର୍ବାଚନୀ ହିଂସା: ଭୋଟ ବାକ୍ସ ପୋଖରୀକୁ ଫିଙ୍ଗିଦେଲେ ଦୁର୍ବୃତ୍ତ, ସେପଟେ ବୁଥ ରିଗିଂକୁ ନେଇ ରାସ୍ତାରୋକ କଲେ ଲୋକେ 

କନକ ବ୍ୟୁରୋ: ଯାଜପୁରରେ ବୁଥ ରିଗିଙ୍ଗର ଦୃଶ୍ୟ ସାମ୍ନାକୁ ଆସିଛି । ଜିଲ୍ଲାର ଦଶରଥପୁର ବ୍ଲକ ଦଶରଥପୁର ପଂଚାୟତ ୯ନମ୍ବର ବୁଥର ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିଦିଆଯାଇଛି । ବ୍ଳକ ପାଖରେ ଥିବା ଏହି ବୁଥରୁ ପ୍ରିଜାଇଣ୍ଡିଂ ଅଫିସର ମାନେ ଚାଲି ଚାଲି ଯାଉଥିବା ବେଳେ କିଛି ଦୁର୍ବୃତ ଫୋଟ ବାକ୍ସ ଛଡାଇ ନେଇ ଏହାକୁ ଫିଙ୍ଗିଦେଇଥିବା ଜଣାପଡିଛି ।

ଯାଜପୁର ଦଶରଥପୁର ବ୍ଲକ କନିକାପଡା ପଂଚାୟତ ୮ନମ୍ବର ବୁଥରେ ରିଗିଙ୍ଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଜଣେ ସରପଂଚଙ୍କ ସମର୍ଥକ ଉକ୍ତ ପଂଚାୟତର ୨ ଓ ୩ ନମ୍ବର ବୁଥରେ ଗଣ୍ଡଗୋଳ କରିଥିଲେ । ପୋଲିସ ସେଠାକୁ ଯିବାରୁ ସେମାନେ ୭ ଓ ୮ନମ୍ବର ବୁଥରେ ଜୋର ଜବରଦସ୍ତ ଭୋଟ ଦେଇଥିବା ଜଣାପଡିଛି ।

ସେପଟେ ଧର୍ମଶାଳା ବଡଚଣା ନଳିପୁର ପଞ୍ଚାୟତରେ ୨ଟି ବୁଥ ରିଗିଂ ଅଭିଯୋଗ ହୋଇଛି । ୧ ଓ ୨ ନମ୍ବର ବୁଥ ରିଗିଂ ଅଭିଯୋଗରେ ରାଜପଥ ଅବରୋଧ କରିଛନ୍ତି ଲୋକେ । ମତଦାନ ସରିବା ପରେ କିଛି ଦୁର୍ବୃତ୍ତ ବୁଥ ରିଗିଂ କରିଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe