କନକ ବ୍ୟୁରୋ: ଯାଜପୁରରେ ବୁଥ ରିଗିଙ୍ଗର ଦୃଶ୍ୟ ସାମ୍ନାକୁ ଆସିଛି । ଜିଲ୍ଲାର ଦଶରଥପୁର ବ୍ଲକ ଦଶରଥପୁର ପଂଚାୟତ ୯ନମ୍ବର ବୁଥର ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିଦିଆଯାଇଛି । ବ୍ଳକ ପାଖରେ ଥିବା ଏହି ବୁଥରୁ ପ୍ରିଜାଇଣ୍ଡିଂ ଅଫିସର ମାନେ ଚାଲି ଚାଲି ଯାଉଥିବା ବେଳେ କିଛି ଦୁର୍ବୃତ ଫୋଟ ବାକ୍ସ ଛଡାଇ ନେଇ ଏହାକୁ ଫିଙ୍ଗିଦେଇଥିବା ଜଣାପଡିଛି ।
ଯାଜପୁର ଦଶରଥପୁର ବ୍ଲକ କନିକାପଡା ପଂଚାୟତ ୮ନମ୍ବର ବୁଥରେ ରିଗିଙ୍ଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଜଣେ ସରପଂଚଙ୍କ ସମର୍ଥକ ଉକ୍ତ ପଂଚାୟତର ୨ ଓ ୩ ନମ୍ବର ବୁଥରେ ଗଣ୍ଡଗୋଳ କରିଥିଲେ । ପୋଲିସ ସେଠାକୁ ଯିବାରୁ ସେମାନେ ୭ ଓ ୮ନମ୍ବର ବୁଥରେ ଜୋର ଜବରଦସ୍ତ ଭୋଟ ଦେଇଥିବା ଜଣାପଡିଛି ।
ସେପଟେ ଧର୍ମଶାଳା ବଡଚଣା ନଳିପୁର ପଞ୍ଚାୟତରେ ୨ଟି ବୁଥ ରିଗିଂ ଅଭିଯୋଗ ହୋଇଛି । ୧ ଓ ୨ ନମ୍ବର ବୁଥ ରିଗିଂ ଅଭିଯୋଗରେ ରାଜପଥ ଅବରୋଧ କରିଛନ୍ତି ଲୋକେ । ମତଦାନ ସରିବା ପରେ କିଛି ଦୁର୍ବୃତ୍ତ ବୁଥ ରିଗିଂ କରିଥିବା ଅଭିଯୋଗ ହୋଇଥିଲା ।